28.1 C
Bhubaneswar
Saturday, April 27, 2024
Homeଓଡିଶାମାଟ୍ରିକ୍ ପରୀକ୍ଷା: କପି କରି ଧରାପଡ଼ିଲେ ୧୮

ମାଟ୍ରିକ୍ ପରୀକ୍ଷା: କପି କରି ଧରାପଡ଼ିଲେ ୧୮

କଟକ: ମାଟ୍ରିକ୍ ପରୀକ୍ଷାର ଦ୍ୱିତୀୟ ବିଷୟ ଗଣିତ ପରୀକ୍ଷାରେ କପି କରି ରାଜ୍ୟର ବିଭିନ୍ନ ସ୍କୁଲ୍‌ରୁ ପ୍ରାୟ ୧୮ ଜଣ ଛାତ୍ର ଧରାପଡ଼ିବା ସହ ଏମ୍‌ପି (ମାଲ୍‌ପ୍ରାକ୍ଟିସ୍‌) ହୋଇଛନ୍ତି । ପରୀକ୍ଷାରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ଆଗକୁ ଆହୁରି କଡ଼ାକଡ଼ି ଯାଞ୍ଚ କରାଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି। ଅପରପକ୍ଷେ ଗଣିତ ପ୍ରଶ୍ନପତ୍ରକୁ ନେଇ ପରୀକ୍ଷାର୍ଥୀଙ୍କ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନର ସମ୍ଭାବ୍ୟ ଉତ୍ତର ଦେବା ସମୟରେ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱରେ ପଡ଼ିଥିଲେ । ଏ ସମ୍ପର୍କରେ ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ କହିଛନ୍ତି, ପ୍ରଶ୍ନପତ୍ରରେ କୌଣସି ତ୍ରୁଟି ନାହିଁ ଏବଂ ସମ୍ଭାବ୍ୟ ଉତ୍ତର ମଧ୍ୟ ଠିକ୍ ରହିଛି । ମଙ୍ଗଳବାର ଅକ୍ଷୟ ତୃତୀୟା ପାଇଁ ଛୁଟି ଦିବସ ଥିବାରୁ ବୁଧବାର ସାଧାରଣ ବିଜ୍ଞାନ ପରୀକ୍ଷା ରହିଛି । ମଧ୍ୟମା ଏବଂ ଷ୍ଟେଟ୍ ଓପନ୍ ସ୍କୁଲ୍ ପରୀକ୍ଷା ମଧ୍ୟ ଶୃଙ୍ଖଳିତ ଭାବେ ଚାଲିଥିବା ବୋର୍ଡ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking