26.1 C
Bhubaneswar
Wednesday, May 8, 2024
Homeଓଡିଶାବୟଫ୍ରେଣ୍ଡ୍ ପାଇଁ ୯୭ ଲକ୍ଷ ହଡ଼ପ: ପ୍ରେମିକ ଝାଡ଼ଖଣ୍ଡରୁ ଗିରଫ

ବୟଫ୍ରେଣ୍ଡ୍ ପାଇଁ ୯୭ ଲକ୍ଷ ହଡ଼ପ: ପ୍ରେମିକ ଝାଡ଼ଖଣ୍ଡରୁ ଗିରଫ

ଭୁବନେଶ୍ୱର: ଖୋର୍ଦ୍ଧା ସ୍ଥିତ ଏକ ଇଞ୍ଜିନିୟରିଂ କଲେଜ ଆକାଉଣ୍ଟରୁ ନିଜ ବୟଫ୍ରେଣ୍ଡ୍ ପାଇଁ ୯୭ ଲକ୍ଷ ଟଙ୍କା ହଡ଼ପ ମାମଲାରେ ଜଡ଼ିତ ଜଡ଼ିତ ଥିବା ତଥାକଥିତ ପ୍ରେମିକ ତଥା ଲୁଟ୍ କରିଥିବା ଲେଡି ଆକାଉଣ୍ଟାଣ୍ଟ୍‌ଙ୍କ ବୟଫ୍ରେଣ୍ଡ୍‌କୁ ଝାଡ଼ଖଣ୍ଡରୁ ପୋଲିସ ଗିରଫ କରିଛି । ଗିରଫ ପ୍ରେମିକଙ୍କ ନାଁ ବିକାଶ କୁମାର ହୋଇଥିବା ବେଳେ ତାକୁ ଝାଡ଼ଖଣ୍ଡର ହଜାରିବାଗ୍ ଅଞ୍ଚଳରୁ ଗତକାଲି ରାତିରେ ଗିରଫ କରାଯାଇଛି । ବିକାଶଙ୍କୁ ଝାଡ଼ଖଣ୍ଡ କୋର୍ଟରେ ହାଜର କରାଯିବା ପରେ ସେଠାରୁ ତାକୁ ୩ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଅଣାଯାଇ ଭୁବନେଶ୍ୱର କୋର୍ଟରେ ହାଜର କରାଯିବ ବୋଲି ପୋଲିସ୍ କହିଛି । ତେବେ ପୂର୍ବରୁ ଏ ମାମଲାରେ ଗିରଫ ହୋଇଥିବା ଲେଡି ଆକାଉଣ୍ଟାଣ୍ଟ ପାଏଲ୍ ମହାପାତ୍ର ଝାରପଡ଼ା ଜେଲ୍‌ରେ ଥିବା ବେଳେ ଉଭୟଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିବ ତମାଣ୍ଡୋ ପୁଲିସ । ସୂଚନା ଥାଉକି, ପାୟଲ ତମାଣ୍ଡୋ ଥାନା ଅନ୍ତର୍ଗତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଆକାଉଣ୍ଟାଣ୍ଟ୍ ଥିଲେ । ଉକ୍ତ କଲେଜର ୨୦୧୯ ପାସ୍‌ଆଉଟ୍ ଛାତ୍ର ବିକାଶଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ଥିଲା । ବିକଶ ଏହି ସୁଯୋଗର ଫାଇଦା ଉଠାଇ ତଥା ବାପା ମା’ଙ୍କ ସ୍ୱାସ୍ଥ୍ୟଗତ ବାହାନା ଦେଖାଇ ପାୟଲଙ୍କୁ ଟ୍ରାପ୍ କରିବାରେ ସକ୍ଷମ ହୋଇଥିଲେ । ବିକାଶଙ୍କ ପ୍ରେମରେ ପାଗଳ ପାୟଲ ଶେଷରେ କଲେଜ ଆକାଉଣ୍ଟ୍‌ରୁ ଟଙ୍କା ନେଇ ନିଜ ଆକାଉଣ୍ଟ୍‌ରେ ଡିପୋଜିଟ୍ କରି ଚାଲିଥିଲେ । ପରେ ଉକ୍ତ ଟଙ୍କାକୁ ଫୋନ୍ ପେ’ ଓ ଆକାଉଣ୍ଟ୍ ଟ୍ରାନ୍ସଫର ଜରିଆରେ ବିକାଶଙ୍କ ଆକାଉଣ୍ଟ୍‌କୁ ପଠାଇଥିଲେ । ଗତ ବର୍ଷେ ହେଲା ସେ ଏଭଳି କାରନାମା କରି ଚାଲିଥିବା ବେଳେ କଲେଜ ଆକାଉଣ୍ଟ୍‌ରୁ ମୋଟ୍ ୯୭ ଲକ୍ଷ ଟଙ୍କା ଚଳୁ କରି ଦେଇଛନ୍ତି । ଆକାଉଣ୍ଟ୍ ଅଡିଟ୍ ସମୟରେ ଏହି ଆତ୍ମସାତ ଘଟଣା ପଦାକୁ ଆସିଥିଲା ଏବଂ କଲେଜ କଲେଜ କର୍ତ୍ତୃପକ୍ଷଙ୍କ ଅଭିଯୋଗ ପରେ ତମାଣ୍ଡୋ ପୋଲିସ୍ ଏକ ମାମଲା ରୁଜୁ କରି ପାଏଲଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking