30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶରାହୁଲ ଗାନ୍ଧୀଙ୍କ ଏହି ମହିଳା ବନ୍ଧୁ କିଏ ?

ରାହୁଲ ଗାନ୍ଧୀଙ୍କ ଏହି ମହିଳା ବନ୍ଧୁ କିଏ ?

ନୂଆଦିଲ୍ଲୀ:ନେପାଳୀ ବନ୍ଧୁ ସୁମନିମା ଉଦାସଙ୍କ ବିବାହରେ ଯୋଗ ଦେବାକୁ କାଠ ମାଣ୍ଟୁ ରେ ପହଁଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀଙ୍କ ନେପାଳ ଗସ୍ତ ସମୟରେ ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିଲା । ଭିଡିଓରେ ରାହୁଲ ଗାନ୍ଧୀ ନାଇଟକ୍ଲବ ରେ ଥିବା ନଜର ଆସିଥିଲେ । ସୂଚନା ଅନୁଯାୟୀ ରାହୁଲ ଗାନ୍ଧୀ ସୋମବାର କାଠମାଣ୍ଡୁ ଏୟାରପୋର୍ଟ ରେ ପହଁଚିବା ପରେ ନିଜ ର ତିନି ଜଣ ବନ୍ଧୁଙ୍କ ସହ ମାରିଓଟ ହୋଟେଲ ରେ ରହିଥିଲେ । ରାହୁଲ ଗାନ୍ଧୀ ନିଜର ନେପାଳୀ ବନ୍ଧୁ ସୁମନିମା ଉଦାସଙ୍କ ବିବାହ ରେ ଯୋଗ ଦେବାକୁ ପହଁଚିଛନ୍ତି । ଏ ନେଇ ସୁମନିମା ଙ୍କ ପିତା କହିଛନ୍ତି କି , ମୋ ଝିଅର ବିବାହ ଉତ୍ସବ ରେ ଯୋଗଦେବାକୁ ରାହୁଲ ଗାନ୍ଧୀ ଙ୍କୁ ନିମନ୍ତ୍ରଣ କରିଥିଲି । ତେବେ ବିବାହ ର ସମୟ ଆଜି ହୋଇଥିବା ବେଳେ ରିସେପଶନ ୫ ମେ ରେ ହେବ । ସୁମନିମାଙ୍କ ବିବାହ ନିମା ମାରଟିନ ଶେରପା ରେ ହେଉଛି । ତେବେ ସୁମନିମା ଲି ୟୁନିଭରସିଟିରେ ସାମ୍ବାଦିକତା ଏବଂ ଅକ୍ସଫୋର୍ଡ ୟୁନିଭରସିଟିରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ସିଏନଏନ ଇଣ୍ଟରନ୍ୟାସନାଲ ରେ ସାମ୍ବାଦିକା ଭାବେ କାର୍ଯ୍ୟ ମଧ୍ୟ କରିଛନ୍ତି ।ରାଜନୀତି, ଆର୍ଥିକ, ସାମାଜିକ, ସାଧାରଣ ଲୋକଙ୍କ ସମସ୍ୟା ଭଳି ମୁଦ୍ଦା ଉଠାଇଛନ୍ତି ।ଦିଲ୍ଲୀ ଗ୍ୟାଙ୍ଗ ରେପ କେସ ରେ ମଧ୍ୟ ସୁମନିମା ରିପୋର୍ଟିଂ କରିଥିଲେ । ସାମ୍ବାଦିକତା କ୍ଷେତ୍ରରେ ଅନେକ ସମ୍ମାନ ରେ ମଧ୍ୟ ସମ୍ମାନୀତ ହୋଇଛନ୍ତି ।୨୦୧୪ ରେ ସାମ୍ବାଦିକତା ଅଫ ଦ ଇଅର ସମ୍ମାନ ରେ ତାଙ୍କୁ ସମ୍ମାନୀତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking