24.1 C
Bhubaneswar
Thursday, May 9, 2024
Homeଅପରାଧଶ୍ରେଣୀଗୃହରେ ଦଶମ ଶ୍ରେଣୀ ଛାତ୍ର ନିଜ ସାଙ୍ଗକୁ କଲା ହତ୍ୟା

ଶ୍ରେଣୀଗୃହରେ ଦଶମ ଶ୍ରେଣୀ ଛାତ୍ର ନିଜ ସାଙ୍ଗକୁ କଲା ହତ୍ୟା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର କାନପୁରରୁ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଦଶମ ଶ୍ରେଣୀ ଛାତ୍ର ନିଜ ସାଙ୍ଗର ବେକ କାଟି ହତ୍ୟା କରିଛି । ଛାତ୍ର କ୍ଲାସରୁମରେ ହିଁ ଏମିତି କାଣ୍ଡ କରିଛି । ଅଭିଯୁକ୍ତ ଛୁରୀରେ ସାଙ୍ଗର ବେକକୁ ଆକ୍ରମଣ କରିଥିଲା, ଯାହା ପରେ ତାର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ସମସ୍ତେ ଚକିତ ହୋଇଯାଇଥିଲେ । ଉଭୟ ମୃତକ ଏବଂ ଅଭିଯୁକ୍ତ ଦଶମ ଶ୍ରେଣୀ ଛାତ୍ର । ରିପୋର୍ଟରେ କୁହାଯାଇଛି କି ଅଭିଯୁକ୍ତ ଛୁରୀରେ ଆକ୍ରମଣ କରିଥିଲା । ଏହାର ମାତ୍ର କିଛି ସମୟ ମଧ୍ୟରେ ଅନ୍ୟ ଛାତ୍ରଟିର ମୃତ୍ୟୁ ହୋଇଥିଲା । ଆହତକୁ ହସ୍ପିଟାଲ ନିଆଗଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ । ଘଟଣାଟି କାନପୁର ଯଶୋଦାନଗର ସ୍ଥିତ ପ୍ରୟାଗ ବିଦ୍ୟା ମନ୍ଦିର ସ୍କୁଲର । ଆହତ ଛାତ୍ରଙ୍କୁ ଏଲଏଲଆର୍ ହସ୍ପିଟାଲରେ ଭର୍ତ୍ତି କରାଗଲା । ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଗଲା । ରିପୋର୍ଟରେ କୁହାଯାଇଛି କି ଯେଉଁ ଛାତ୍ରଙ୍କ ମୃତ୍ୟୁ ହୋଇଛି ତାଙ୍କ ବେକରେ ୪-୫ ଛୁରୀରେ ଆହତ ଚିହ୍ନ ରହିଛି । ପୋଲିସ ମାମଲାର ଯାଞ୍ଚ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking