30.1 C
Bhubaneswar
Thursday, May 9, 2024
Homeଓଡିଶାଯୁବତୀଙ୍କ ଗୋଡ ଉପରେ ଚଢିଗଲା ଟ୍ରକ

ଯୁବତୀଙ୍କ ଗୋଡ ଉପରେ ଚଢିଗଲା ଟ୍ରକ

ଉମରକୋଟ : ଟ୍ରକ ଚପାରେ ଜଣେ ଯୁବତୀ ଗୁରୁତର ହୋଇଛନ୍ତି। ଯୁବତୀ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ଉମରକୋଟ ପୈାର ପରିଷଦ ଅନ୍ତର୍ଗତ ୭ ନଂ ଗ୍ରାମର ଶିବାନୀ ସରକାର (୨୩) ଙ୍କ ଗୋଡ ଉପରେ ଚଢି ଯାଇଥିଲା। ଏଥିରେ ଯୁବତୀ ଜଣକ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଶିବାନୀ ଉମରକୋଟ ଆସି ନିଜ ଘରକୁ ଫେରୁଥିଲେ। ଏହି ସମୟରେ ଟ୍ରକ ଟିକୁ ଓଭରଟେକ କରିବାକୁ ଯାଇ ଭାରସାମ୍ୟ ହରାଇ ଟ୍ରକ ଚକ ତଳେ ପଡ଼ିଯାଇଥିଲା। ଯାହା ଫଳରେ ଟ୍ରକ ଟି ଶିବାନୀ ଙ୍କ ଗୋଡ ଉପରେ ଚଢ଼ିଯାଇ ଥିଲା। ଟ୍ରକ ଚଢି ଯିବା ଫଳରେ ଶିବାନୀଙ୍କ ବାମ ଗୋଡଟି ନଷ୍ଟ ହୋଇଯାଇଛି। ସ୍ଥାନୀୟ ଲୋକେ ଶିବାନୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ। ପ୍ରାଥମିକ ଚିକିତ୍ସା ପରେ ଶିବାନୀ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଂଚି ଟ୍ରକଟିକୁ ଜବତ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking