32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପୋଷା କୁକୁର ଜନ୍ମଦିନରେ ଆସିଲା ୧୦୦ କେଜିର କେକ୍

ପୋଷା କୁକୁର ଜନ୍ମଦିନରେ ଆସିଲା ୧୦୦ କେଜିର କେକ୍

ବେଲାଗଭି : ପଶୁଙ୍କ ଦିନକୁ ଦିନ ଯେଉଁଠି ଅତି କ୍ରୁର ବ୍ୟବହାର କରାଯାଉଛି, ସେଠାରେ କର୍ଣ୍ଣାଟକରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ନିଜର ପୋଷା କୁକୁରର ଜନ୍ମଦିନକୁ ଏଭଳି ପାଳନ କରିଛନ୍ତି, ଯେପରିକି କୌଣସି ବିବାହ ଭୋଜି। ବେଲାଗାଭି ଜିଲ୍ଲାର ଏକ ଗ୍ରାମ୍ ପଞ୍ଚାୟତ ସଦସ୍ୟ ନିଜ ପୋଷା କୁକୁର ‘କୃଷ’ର ଜନ୍ମଦିନରେ ୧୦୦ କିଲୋର କେକ୍ କାଟି ଥିଲେ। ମିଳିଥିବା ସୂଚନା ଅନୁସାରେ, ତୁକ୍କନଟି ଗାଁର ସରପଞ୍ଚ ଶିବପ୍ନା ୟଲ୍ଲପା ମରଡି ନିଜର ପୋଷା କୁକୁର ‘କୃଷ’ର ଜନ୍ମଦିନରେ ଗାଁର ୫ ହଜାର ଲୋକଙ୍କୁ ଭୋଜି ଦେଇଥିଲେ। ଭୋଜିରେ ତିନି କ୍ବିଣ୍ଟାଲ ଅଣ୍ଡା ଓ ଶାକାହାରୀଙ୍କ ପାଇ ୫୦ କିଲୋ ଶାକାହାରୀ ଭୋଜନର ବ୍ୟବସ୍ଥା କରିଥିଲେ। ଏହା ପୂର୍ବରୁ କୃଷ ଜନ୍ମଦିନରେ ୧୦୦ କିଲୋ କେକ୍ ମଧ୍ୟ କାଟିଥିଲେ ଓ ଏହି ଖୁସିରେ ଶୋଭାଯାତ୍ରା ମଧ୍ୟ ବାହାର କରାଯାଇଥିଲା, ଯେଉଁଥିରେ ଗାଁ ଲୋକ ସାମିଲ ଥିଲେ। ଏଭଳି ଭୋଜି ଖାଇ ଗାଁ ଲୋକ ମଧ୍ୟ ଖୁବ୍ ଖୁସି ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking