29.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶନିଜ ଜନ୍ମ ଦିନରେ ଦାନ କରି ଚର୍ଚ୍ଚାରେ ଗୈାତମ ଅଦାନୀ

ନିଜ ଜନ୍ମ ଦିନରେ ଦାନ କରି ଚର୍ଚ୍ଚାରେ ଗୈାତମ ଅଦାନୀ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଉଦ୍ୟୋଗପତି ଗୌତମ ଅଦାନୀ । ଭାରତକୁ ଏକ ବୃହତ ରାଶିର ଟଙ୍କା ଦାନ କରି ସେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ଦୁନିଆର ଟପ୍୧୦ ଧନୀମାନଙ୍କ ମଧ୍ୟରେ ଉଦ୍ୟୋଗପତି ଗୌତମ ଅଦାନୀଙ୍କ ନାଁ ମଧ୍ୟ ରହିଛି । ସେ କେବଳ ଭାରତର ନୁହେଁ ଏସିଆର ସବୁଠାରୁ ଧନୀ ମାନଙ୍କ ମଧ୍ୟରୁ ସେ ଜଣେ । ୨୪ ଜୁନରେ ସେ ୬୦ବର୍ଷରେ ପହଞ୍ଚିଛନ୍ତି ଏବଂ ତାଙ୍କ ବାପାଙ୍କ ୧୦୦ତମ ଜନ୍ମବାର୍ଷିକ ଅବସରେ ନିଜ ସମ୍ପତ୍ତିର ଏକ ବଡ଼ ଅଂଶ ଦାନ କରିବାକୁ ଘୋଷଣା କରିଛନ୍ତି । ଅଦାନୀ ନିଜ ସମ୍ପତ୍ତିର ୭.୭ ଅରବ ଡଲାର (ପାଖାପାଖି ୬୦ହଜାର କୋଟି ଟଙ୍କା) ସାମାଜିକ କାର୍ଯ୍ୟରେ ବିନିଯୋଗ ପାଇଁ ଦାନ କରିବାକୁ ଘୋଷଣା କରିଛନ୍ତି । ଏହା ଭାରତରେ ଦାନ କରାଯାଇଥିବା ଟଙ୍କା ହିସାବରେ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଦାନରାଶି । ନିଜର ୬୦ତମ ଜନ୍ମଦିନ ଅବସରେ ସେ ଏକ ଟ୍ୱିଟ୍ ଜରିଆରେ ଏସବୁ ବିଷୟରେ ପୃଷ୍ଟି କରିଛନ୍ତି । ଏହି ଟ୍ୱଟରେ ସେ ଲେଖିଛନ୍ତି କି ମୋ ପିତାଙ୍କ ୧୦୦ତମ ଜନ୍ମବାର୍ଷିକ ଏବଂ ମୋର ୬୦ତମ ଜନ୍ମଦିନ ଅବସରେ ଅଦାନୀ ପରିବାର ପକ୍ଷରୁ ପୂରା ଭାରତରେ ଶିକ୍ଷା,ସ୍ୱାସ୍ଥ୍ୟ ଓ ଜ୍ଞାନ କୌଶଳର ବିକାଶ ପାଇଁ ୬୦ହଜାର କୋଟି ଟଙ୍କା ଦାନ କରିଥିବାରୁ ମୁଁ ଖୁସି । ଏହି ଭେଟି ଭାରତର ଭବିଷ୍ୟ ନିର୍ମାଣ ପାଇଁ ସହାୟକ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking