32.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶପୋଲାଣ୍ଡ ମୁହାଁ ୱାଗ୍‌ନର୍ ଆର୍ମିର ୧୦୦ ସୈନ୍ୟ

ପୋଲାଣ୍ଡ ମୁହାଁ ୱାଗ୍‌ନର୍ ଆର୍ମିର ୧୦୦ ସୈନ୍ୟ

ୱାର୍ସୋ :ରୁଷରେ ବିଦ୍ରୋହ ଉଦ୍ୟମ କରିସାରିଥିବା ୱାଗ୍‌ନର୍ ଆର୍ମିର ୧୦୦ ସୈନ୍ୟ ଏବେ ପୋଲାଣ୍ଡ ସୀମା ଅଭିମୁଖେ ଅଗ୍ରସର ହୋଇଛନ୍ତି । ପୋଲାଣ୍ଡ ପ୍ରଧାନମନ୍ତ୍ରୀ ମାଟୁସ୍‌ଜୁ ବୋରାଭିକି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ରୁଷର ଘରୋଇ ଆର୍ମିର ୧୦୦ ସୈନ୍ୟ ପୋଲାଣ୍ଡ ସୀମାରେ ପହଞ୍ଚିସାରିଛନ୍ତି । ଅବୈଧ ଗତିବିଧିକୁ ନେଇ ପୋଲାଣ୍ଡ ସୀମା ସରକାରଙ୍କ ପାଇଁ ବହୁଦିନ ଧରି ଚିନ୍ତାର ବିଷୟ ପାଲଟିଥିବା ବେଳେ ଏବେ ୱାଗ୍‌ନର୍ ସୈନ୍ୟ ଏହି ଚିନ୍ତାକୁ ଆହୁରି ବଢ଼ାଇ ଦେଇଛନ୍ତି । ପୋଲାଣ୍ଡ ସରକାର ଅଭିଯୋଗ କରିଛନ୍ତି ଯେ ରୁଷ ଏବଂ ବେଲାରୁଷ ପ୍ରବାସୀଙ୍କ ଜରିଆରେ ପୋଲାଣ୍ଡ ଏବଂ ୟୁରୋପର ଅନ୍ୟ ଦେଶରେ ଅସ୍ଥିରତା ସୃଷ୍ଟି ଉଦ୍ୟମ କରୁଛନ୍ତି । ଏଥିରୁ ମୁକ୍ତି ପାଇଁ ବେଲାରୁଷ ସୀମାରେ ପୋଲାଣ୍ଡ ଏକ ଲମ୍ବା ପାଚେରି ମଧ୍ୟ ନିର୍ମାଣ କରିସାରିଛି । ପ୍ରଧାନମନ୍ତ୍ରୀ ମୋରାଭିକି କହିଛନ୍ତି, ଏବେ ସ୍ଥିତି ଆହୁରି ବିପଜ୍ଜନକ ହେବାରେ ଲାଗିଛି ଏବଂ ହାଇବ୍ରିଡ୍ ଆଟାକ୍‌ର ଭୟ ସୃଷ୍ଟି ହୋଇଛି । ପୋଲାଣ୍ଡର ଯେଉଁ ସ୍ଥାନରେ ୟୁକ୍ରେନ୍ ପାଇଁ ଲେପର୍ଡ ମରାମତି କରାଯାଉଛି ପ୍ରଧାନମନ୍ତ୍ରୀ ମେରାଭିକି ସେହିଠାରେ ହିଁ ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking