24.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶସେନାରେ ଶୃଙ୍ଖଳା ସବୁଠୁ ଜରୁରୀ: ସୁପ୍ରିମ୍‌କୋର୍ଟ

ସେନାରେ ଶୃଙ୍ଖଳା ସବୁଠୁ ଜରୁରୀ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ସେନାରେ ଶୃଙ୍ଖଳା ସବୁଠୁ ଜରୁରୀ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି । ଜଣେ ଯବାନଙ୍କ ଆବେଦନ ଖାରଜ କରି କୋର୍ଟ ଏହା କହିଛନ୍ତି । ଆବଶ୍ୟକତା ଠାରୁ ଅଧିକ ଛୁଟି ନେବାରୁ ଏହି ଯବାନଙ୍କୁ ସେନାରୁ ବାହାର କରିଦିଆଯାଇଥିଲା । କୋର୍ଟ କହିଛନ୍ତି, ଯବାନ ସେନାର ଶୃଙ୍ଖଳା ଭଙ୍ଗ କରିଛନ୍ତି । ଯବାନଙ୍କୁ ପ୍ରଥମେ ୩୯ ଦିନ ଏବଂ ପରେ ୩୦ ଦିନର ଛୁଟି ଦିଆଯିବା ପରେ ମଧ୍ୟ ସେ କାର୍ଯ୍ୟରେ ଯୋଗ ଦେଇନଥିଲେ । ଏହାପରେ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଚାକିରିରୁ ବରଖାସ୍ତ କରିଥିଲା । ସୂଚନା ଅନୁସାରେ ୧୯୮୩ ଜାନୁଆରୀ ୪ରେ ସେନାରେ ଟ୍ରାନ୍ସପୋର୍ଟ ଡ୍ରାଇଭର ଭବେ ଯୋଗ ଦେଇଥିବା ଯବାନ ଜଣକ ୧୯୯୮ରେ ନଭେମ୍ବର ୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ୩୯ ଦିନର ଛୁଟି ନେଇଥିଲେ ।

ତେବେ ଘରର ପରିସ୍ଥିତି ଠିକ୍ ନଥିବାରୁ ସେ ଡିସେମ୍ବର ୧୭ରୁ ୧୯୯୯ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ଆଉ ୩୦ ଦିନ ଛୁଟି ନେଇଥିଲେ । ଏହାପରେ ମଧ୍ୟ ସେ କାର୍ଯ୍ୟରେ ଯୋଗ ଦେଇନଥିଲେ । ୧୯୯୯ ଫେବୃଆରୀ ୧୫ରେ ଆର୍ମି ଆକ୍ଟ (ସେକ୍ସନ୍ ୧୦୬) ଅଧୀନରେ ଯବାନଙ୍କ ବିରୋଧରେ କୋର୍ଟ ଅଫ୍ ଇନ୍‌କ୍ୱାରୀ ହୋଇଥିଲା । ଏଥିରେ ସେ ଦୋଷୀ ସାବ୍ୟସ୍ତ ହେବା ସହ ତାଙ୍କୁ କୋର୍ଟ ମାର୍ଶାଲ୍ କରାଯାଇଥିଲା । ଏହାପରେ ସେ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତେବେ ଛୁଟିର କାରଣ ସପକ୍ଷରେ ସେ ଡକ୍ୟୁମେଣ୍ଟ୍ ଉପସ୍ଥାପିତ କରିପାରି ନଥିବାରୁ ଜଷ୍ଟିସ୍ ହିମା କୋହଲି ଏବଂ ଜଷ୍ଟିସ୍ ରାଜେଶ ବଂସଲଙ୍କ ବେଞ୍ଚ୍ ଆବେଦନକୁ ଖାରଜ କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking