34.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଅଷ୍ଟ୍ରେଲିଆରେ ଭାରତୀୟ ବଂଶୋଦ୍ଭବଙ୍କୁ ଆକ୍ରମଣ

ଅଷ୍ଟ୍ରେଲିଆରେ ଭାରତୀୟ ବଂଶୋଦ୍ଭବଙ୍କୁ ଆକ୍ରମଣ

ମେଲ୍‌ବର୍ଣ୍ଣ: ଅଷ୍ଟ୍ରେଲିଆର ମେଲ୍‌ବର୍ଣ୍ଣ ସହରରେ ଜଣେ ଭାରତୀୟ ବଂଶୋଦ୍ଭବ ବାଳକଙ୍କ ଉପରେ କେତେକ ବ୍ୟକ୍ତି ଛୁରିରେ ଆକ୍ରମଣ କରିଛନ୍ତି । ଆକ୍ରମଣର ଶିକାର ବାଳକଙ୍କ ନାମ ରାୟନ୍ ସିଂହ । ଘଟଣା ସମୟରେ ସେ ସାଙ୍ଗମାନଙ୍କ ସହିତ ବାସ୍କେଟ୍‌ବଲ୍ ଖେଳୁଥିଲେ ଏବଂ ଘରେ ତାଙ୍କର ୧୬ଶ ଜନ୍ମଦିନ ପାର୍ଟିର ପ୍ରସ୍ତୁତି ଚାଲିଥିଲା । ଆକ୍ରମଣରେ ରାୟନ୍‌ଙ୍କ ଦୁଇଜଣ ସାଙ୍ଗ ମଧ୍ୟ ଆହତ ହୋଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ବର୍ତ୍ତମାନ ଚିକିତ୍ସାଧୀନ ରାୟନ୍ ଏବଂ ତାଙ୍କ ସାଙ୍ଗମାନେ ଆକ୍ରମଣକାରୀଙ୍କୁ ଜାଣିନଥିବା ବେଳେ ୨୦ ବର୍ଷୀୟ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି ।

ମେଲ୍‌ବର୍ଣ୍ଣର ସବ୍‌-ଅର୍ବାନ୍ ଅଞ୍ଚଳ ଟାର୍‌ନେଟ୍‌ର ଏକ ବାସ୍କେଟ୍‌ବଲ୍ କୋର୍ଟରେ ଏହା ଘଟିଛି । ରାୟନ୍ ଏବଂ ତାଙ୍କର ଦୁଇଜଣ ସାଙ୍ଗ ପ୍ରାକ୍ଟିସ୍ ସାରିବା ପରେ ୮ଜଣ ଯୁବକ ହାତରେ ଛୁରି ଏବଂ ଲାଠି ଧରି ସେଠାରେ ପହଞ୍ଚିଥିଲେ । ସେମାନେ ରାୟନ୍‌ଙ୍କୁ ସ୍ନିକର୍ ମାଗିବା ସହିତ ସାଙ୍ଗମାନଙ୍କ ଫୋନ୍ ଛଡ଼ାଇବାକୁ ଉଦ୍ୟମ କରିଥିଲେ । ଦୁହେଁ ମନା କରିବାରୁ ରାଗିଯାଇ ତିନି ସାଙ୍ଗଙ୍କ ଉପରେ ଆକ୍ରମଣ କରିଥିଲେ । ଆକ୍ରମଣରେ ରାୟନ୍‌ଙ୍କ ହାତ, ଗୋଡ଼ ଏବଂ ମୁଣ୍ଡରେ ଆଘାତ ଲାଗିଛି । ହସ୍ପିଟାଲ୍‌ରେ ତାଙ୍କର ସର୍ଜରୀ ମଧ୍ୟ କରାଯାଇଛି । ଅଷ୍ଟ୍ରେଲିଆର ଟିଭି ଚ୍ୟାନେଲ୍ ୭ନ୍ୟୁଜ୍ ଘଟଣାର ସୂଚନା ଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking