27.1 C
Bhubaneswar
Friday, May 10, 2024
Homeଦେଶ ବିଦେଶଗେ ସେକ୍ସ ଅଭିଯୋଗରେ ଇରାନୀ ଅଧିକାରୀ ବରଖାସ୍ତ

ଗେ ସେକ୍ସ ଅଭିଯୋଗରେ ଇରାନୀ ଅଧିକାରୀ ବରଖାସ୍ତ

ତେହେରାନ: : ଇରାନ୍‌ରେ ଗେ-ସେକ୍ସ ଟେପ୍ ଭାଇରାଲ୍ ହେବା ପରେ ଜଣେ ଅଧିକାରୀ ରାଜା ସାଘାତୀଙ୍କୁ ସରକାର ବରଖାସ୍ତ କରିଛନ୍ତି । ତେବେ ତାଙ୍କୁ ଗିରଫ କରାଯାଇଛି କି ନାହିଁ ବର୍ତ୍ତମାନ ସୁଦ୍ଧା ତାହା ସ୍ପଷ୍ଟ ହୋଇନାହିଁ । ସେ ଗିଲାନ୍ ରାଜ୍ୟର କଲ୍‌ଚର୍ ଓ ଇସ୍‌ଲାମିକ୍ ଗାଇଡେନ୍ସ ବିଭାଗ ମୁଖ୍ୟ ଥିଲେ । ରାଜ୍ୟରେ ଶରିୟା ଆଇନ ଏବଂ ହିଜାବ ନିୟମକୁ କଡ଼ା କଡ଼ି ପାଳନ କରିବା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । କିଛିଦିନ ପୂର୍ବେ ରଜାଙ୍କ ଜଣେ ଅନ୍ୟ ପୁରୁଷ ସହିତ ଏକ ଭିଡିଓ ଭାଇରାଲ୍ ହୋଇଥିଲା ।

ସରକାର ଏହି ମାମଲାକୁ ଚପାଇବାକୁ ବହୁ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ସଫଳ ହୋଇନଥିଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ଉପରେ ଚାପ ବଢ଼଼ିବା ପରେ ତାଙ୍କୁ ବରଖାସ୍ତ କରାଯାଇଛି । ଭିଡିଓ ଭାଇରାଲ୍ ହେବା ପରଠାରୁ ତାଙ୍କୁ କୌଣସି ସାର୍ବଜନୀନ ସ୍ଥାନରେ ଦେଖିବାକୁ ମିଳିନାହିଁ । ଇରାନ ସରକାର ଏବଂ ରଜାଙ୍କ ବିଭାଗ ଏ ସମ୍ପର୍କରେ କିଛି କହିବାକୁ ପ୍ରସ୍ତୁତ ନାହାନ୍ତି । ଏପରିକି କେତେକ ଅଫିସର୍ ଏ ନେଇ କିଛି ଜାଣିନଥିବା ମଧ୍ୟ କହିଛନ୍ତି । ଇରାନର ଶରିୟା ଆଇନ ଅନୁସାରେ ରଜା ଗେ ସେକ୍ସ (ସମଲିଙ୍ଗୀ ସମ୍ବନ୍ଧ)ମାମଲାରେ ଦୋଷୀସାବ୍ୟସ୍ତ ହେଲେ, ତାଙ୍କୁ ମୃତ୍ୟୁଦଣ୍ଡ ମିଳିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking