30.1 C
Bhubaneswar
Thursday, May 9, 2024
Homeଓଡିଶାଉଚ୍ଚଶିକ୍ଷା ବିଭାଗ ପ୍ରସ୍ତୁତକଲା ଆକ୍ସନ୍ ପ୍ଲାନ; ଗୁଣାତ୍ମକ ଶିକ୍ଷା ଓ ସେଣ୍ଟର ଅଫ୍ ଏକ୍ସିଲେନ୍ସିକୁ ଗୁରୁତ୍ୱ

ଉଚ୍ଚଶିକ୍ଷା ବିଭାଗ ପ୍ରସ୍ତୁତକଲା ଆକ୍ସନ୍ ପ୍ଲାନ; ଗୁଣାତ୍ମକ ଶିକ୍ଷା ଓ ସେଣ୍ଟର ଅଫ୍ ଏକ୍ସିଲେନ୍ସିକୁ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିୟମ କଡ଼ାକଡ଼ି କରାଯିବ । ଚଳିତ ଶିକ୍ଷାବର୍ଷରୁ ଏହି ବ୍ୟବସ୍ଥାର ପରିଚାଳନା ଏବଂ ଯାଞ୍ଚ ଲାଗି ବିଭାଗ ସର୍ବାଧିକ ଗୁରୁତ୍ୱ ଦେବା ସହ କୌଣସି ଅବ୍ୟବସ୍ଥା କିମ୍ବା ନିୟମ ଅବମାନନାକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଭାଗ ପକ୍ଷରୁ ଆକ୍ସନପ୍ଲାନ ପ୍ରସ୍ତୁତ କରାଯାଇଛି । ବିଶେଷକରି ଉଭୟ ଗୁଣାତ୍ମକ ଶିକ୍ଷା ଏବଂ କଲେଜଗୁଡିକୁ ସେଣ୍ଟର ଅଫ୍ ଏକ୍ସିଲେନ୍ସି ମାନ୍ୟତା ଦେବା ଲାଗି ଗୁରୁତ୍ୱ ଦିଆଯିବା ସହ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡିକର ଭିତ୍ତିଭୂମି, ଶିକ୍ଷାଦାନ ବ୍ୟବସ୍ଥା, ଶୈଖିକ ପରିବେଶ, ପିଲାଙ୍କ ଲାଗି ମୌଳିକ ସୁବିଧା ଆଦି ୧୭ଟି ମାନଦଣ୍ଡକୁ ଯାଞ୍ଚ କରିବା ଲାଗି ନିଯୁକ୍ତ ହେବେ ସ୍ୱତନ୍ତ୍ର ନୋଡାଲ ଅଧିକାରୀ । ଶିକ୍ଷାଦାନ ବ୍ୟବସ୍ଥା ଏବଂ ଦୈନିକ ଶ୍ରେଣୀ ପାଠପଢ଼ାକୁ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଅଧ୍ୟାପକ, ଅଧ୍ୟାପିକାଙ୍କ ଦକ୍ଷତା ବୃଦ୍ଧି ଲାଗି ମଧ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ । ରାଜ୍ୟରେ ଡିଗ୍ରୀ କଲେଜଗୁଡିକ ଲାଗି ବିଭାଗ ପକ୍ଷରୁ ନିୟମ ଲାଗୁ କରାଯାଇଛି । ଯେଉଁଥିରେ ସବୁ ଡିଗ୍ରୀ କଲେଜର ଅଧ୍ୟାପକ,ଅଧ୍ୟାପିକା ଏବଂ କର୍ମଚାରୀଙ୍କ ଲାଗି ୭ଘଣ୍ଟା କାର୍ଯ୍ୟ କରିବା ବାଧ୍ୟତାମୂଳକ କରାଯାଇଛି ।

ସେହିପରି ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଲାଗି ସ୍କଲାରଶିପ୍‌, କାଉନସିଲ ଗଠନ, ମେଧାବୀଙ୍କୁ ପ୍ରୋତ୍ସାହନ ଦେବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା, ରାଜ୍ୟର ଜିଲ୍ଲା ଓ ବ୍ଲକ୍ ସ୍ତରରେ ମେଧାବୀଙ୍କୁ ବୃତ୍ତି ଯୋଗାଇବା ଲାଗି ନୂତନ ନିୟମାବଳୀ, ସ୍ୱୀକୃତିପ୍ରାପ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ ସେଲ୍‌, ନିଯୁକ୍ତି ପାଇଁ ପିଲାଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ଲାଗି ଡିଗ୍ରୀ କଲେଜ ଛାତ୍ରଛାତ୍ରୀଙ୍କୁ ଟ୍ରେଣ୍ଡ କରିବା, ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇବା ଲାଗି ଆଡଭାନ୍ସ ପ୍ରଶିକ୍ଷଣ ପ୍ରଦାନ, ନାକ୍ ମାନ୍ୟତା ପାଇବା ଲାଗି ସବୁ କଲେଜକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇବା, ଶିକ୍ଷାଦାନ ପଦ୍ଧତି ସମ୍ପର୍କରେ ପିଲାଙ୍କ ଠାରୁ ମତାମତ ଗ୍ରହଣ କରିବା , ଛାତ୍ରଛାତ୍ରୀଙ୍କ ଲାଗି ୭୫% ଉପସ୍ଥାନ ବାଧ୍ୟତାମୂଳକ ରହିବା, ପୁରାତନ ପିଲାଙ୍କ ଦ୍ୱାରା ମୋ କଲେଜ ଅଭିଯାନକୁ ସୁଦୃଢ଼ କରିବା, ବାୟୋମେଟ୍ରିକ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଆଦି ନିୟମ ଲାଗୁ କରାଯାଇଛି । ରାଜ୍ୟରେ ବିଭାଗ ପକ୍ଷରୁ ନିୟମ ଲାଗୁ କରାଯିବା ପରେ ଗତବର୍ଷ ଅପେକ୍ଷା ବର୍ତ୍ତମାନ ଅନେକ ପରିବର୍ତ୍ତନ ଘଟିଛି । ଏହାକୁ ଅଧିକ ସୁଦୃଢ଼ କରିବା ଲାଗି ସବୁ ସ୍ତରରେ ଗୁରୁତ୍ୱ ଦିଆଯିବ । ସବୁ କଲେଜକୁ ‘ମଡେଲ’ କରିବାର ଉଦ୍ୟମ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking