33.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଇସ୍ତଫା ଦେଲେ ସାମ୍ ପିଟ୍ରୋଡା

ଇସ୍ତଫା ଦେଲେ ସାମ୍ ପିଟ୍ରୋଡା

ନୂଆଦିଲ୍ଲୀ :   ଓଭରସିଜ୍ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ସାମ୍ ପିଟ୍ରୋଡା । ବର୍ଣ୍ଣବୈଷମ୍ୟ ଉପରେ ବୟାନ ଦେଇ ବିବାଦରେ ଫସିବା ପରେ ପିଟ୍ରୋଡା ପଦ ଛାଡିଛନ୍ତି । ଏ ନେଇ କଂଗ୍ରେସ ନେତା ଜୟରାମ ରମେଶ ସୂଚନା ଦେଇଛନ୍ତି । ସେ କହିଛନ୍ତି, ପିଟ୍ରୋଡା ନିଜ ଇଛାରେ ପଦ ଛାଡିଛନ୍ତି ଓ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ ବି କରିନିଆଯାଇଛି । ପିଟ୍ରୋଡାଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଦେଶର ବିଭିନ୍ନ ସ୍ଥାନର ଲୋକଙ୍କୁ ବିବାଦୀୟ ଭାବେ ଅନ୍ୟମାନଙ୍କ ସହ ସେ ତୁଳନା କରିଥିଲେ । ପୂର୍ବ ଭାରତର ଲୋକଙ୍କୁ ସେ ଚୀନ ଓ ଦକ୍ଷିଣ ଭାରତର ଲୋକଙ୍କୁ ଆଫ୍ରିକା ଲୋକଙ୍କ ସହ ତୁଳନା କରିଥିଲେ । ସେ କହିଥିଲେ, ଏହା ଆମ ଉପରେ କୌଣସି ଫରକ ପକାଉନାହିଁ । ବରଂ ଆମେ ସମସ୍ତେ ଭାଇ-ଭଉଣୀ ଭଳି ଚଳୁଛନ୍ତି । ଆମେ ପରସ୍ପରର ଭାଷା, ଧର୍ମ ଓ ସଂସ୍କୃତିକୁ ସମ୍ମାନ ଦେଉଛୁ । ତେଲେଙ୍ଗାନାର ଏକ ନିର୍ବାଚନୀ ସଭାରୁ ଏହି ପ୍ରସଙ୍ଗରେ କଂଗ୍ରେସ ଓ ପିଟ୍ରୋଡାଙ୍କୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ତେବେ ବୟାନ ବିବାଦରୁ ନିଜକୁ ଦୂରେଇ ରଖିଥିଲା କଂଗ୍ରେସ ଓ ଇଣ୍ଡି ମେଣ୍ଟ । ଏହାପରେ ଆଜି ଇସ୍ତଫା ଦେଇଛନ୍ତି ସାମ୍ ପିଟ୍ରୋଡା । ପୂର୍ବରୁ ଉତ୍ତରାଧିକାରୀ ଟ୍ୟାକ୍ସ କଥା କହି ବିବାଦକୁ ଆସିଥିଲେ ସାମ୍ ପିଟ୍ରୋଡା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking