33.1 C
Bhubaneswar
Monday, May 20, 2024
Homeଦେଶ ବିଦେଶବାୟୁସେନା ଉପରେ ଆକ୍ରମଣ କରିଥିବା ଅତଙ୍କବାଦୀଙ୍କ ଫଟୋ ଓ ପରିଚୟ ସାମ୍ନାକୁ ଆସିଲା

ବାୟୁସେନା ଉପରେ ଆକ୍ରମଣ କରିଥିବା ଅତଙ୍କବାଦୀଙ୍କ ଫଟୋ ଓ ପରିଚୟ ସାମ୍ନାକୁ ଆସିଲା

ନୂଆଦିଲ୍ଲୀ : ଗତ ଶନିବାର ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀରର ପୁଞ୍ଚରେ ଏକ ଭାରତୀୟ ବାୟୁସେନାର କାଫିଲା ଉପରେ ଆକ୍ରମଣ କରିଥିଲେ । ତେବେ ଏହି ବାୟୁସେନା ଦଳ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସମ୍ପୃକ୍ତ ୩ ଆତଙ୍କବାଦୀଙ୍କ ଫଟୋ ଓ ପରିଚୟ ସାମ୍ନାକୁ ଆସିଛି। ତେବେ ସେହି ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ପାକିସ୍ତାନର ପୂର୍ବତନ କମାଣ୍ଡୋ ରହିଥିବା ସୂଚନା ମିଳିଛି। ଏହି ଆତଙ୍କବାଦୀ ହମଲାରେ ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା। ଏହାପରେ ସିସିଟିଭିରୁ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା। ସୂଚନା ଅନୁସାରେ, ମେ ୪ ତାରିଖରେ ଭାରତୀୟ ବାୟୁସେନା ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ଯବାନ ସହିଦ ଓ ୪ ଜଣ ଗୁରୁତର ଆହତ ହୋଇଥିଲେ। ଏହାପରେ ଏହି ଘଟଣାକୁ ନେଇ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି କରାଯାଇଥିଲା। ସିସିଟିଭି ଫୁଟେଜରୁ ଏହି ଫଟୋ ନିଆଯାଇଥିବା ଜଣାପଡିଛି। ଆତଙ୍କୀଙ୍କ ପାଖରେ ଆମେରିକା ତିଆରି ଏମଫୋରଏସ୍ ଏବଂ ଋଷ୍ ତିଆରି ଏକେ୪୭ ଥିବା ଜଣାପଡିଛି। କୁହାଯାଉଛି ଯେ ଏହି ତିନିଜଣ ଜୈଶ କମାଣ୍ଡରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲେ। ଏହି ତିନି ଆତଙ୍କବାଦୀଙ୍କୁ ଧରିବା ପାଇଁ ରାଜୈରୀ ଓ ପୁଞ୍ଚ ଅଞ୍ଚଳରେ ଏବେ ବଡ଼ ଧରଣର ସର୍ଚ୍ଚ ଅପରେସନ୍‌ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking