30.1 C
Bhubaneswar
Monday, May 20, 2024
Homeଓଡିଶାପୂରା ୨୦ ମିନଟ ପର୍ଯ୍ୟନ୍ତ ଅନ୍ଧାର ରହିଲା ଶ୍ରୀମନ୍ଦିର

ପୂରା ୨୦ ମିନଟ ପର୍ଯ୍ୟନ୍ତ ଅନ୍ଧାର ରହିଲା ଶ୍ରୀମନ୍ଦିର

ପୁରୀ : ଗତ କଲି ପୁରୀ ଶ୍ରୀମନ୍ଦିରରେ ସନ୍ଧ୍ୟାରେ ପ୍ରବଳ ଭିଡ ହେଇଥିଲା। ମନ୍ଦିର ଭିତରକୁ ଯାଇ ଶ୍ରଦ୍ଧାଳୁମାନେ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ, ହେଲେ ହଠାତ୍ ପୂରା ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା । ଲୋକମାନେ ପୂରା ଭୟଭୀତ ହୋଇପଡିଥିଲେ । ପୂରା ୨୦ ମିନଟ ପର୍ଯ୍ୟନ୍ତ ଅନ୍ଧାର ଭିତରେ ରହିଥିଲା ଶ୍ରୀଜିଉ ଓ ଶ୍ରଦ୍ଧାଳୁ । ସନ୍ଧ୍ୟାରେ ହଠାତ୍ ବିଜୁଳି ଚାଲିଯିବାରୁ ଏପରି ସ୍ଥିତି ଦେଖିବାକୁ ମିଳିଥିଲା। ବିଜୁଳି କଟିବା ପରେ ପାୱାର ବ୍ୟାକଅପ୍ ଫେଲ ମାରିଥିଲା। ତେବେ ମିନି ଇନଭର୍ଟରରେ ଆଲୋକିତ ରହିଥିଲା ଶ୍ରୀମନ୍ଦିରର କିଛି ଅଞ୍ଚଳ। କିନ୍ତୁ ବାକି ଅଞ୍ଚଳଗୁଡ଼ିକରେ ପ୍ରାୟ ୨୦ ମିନିଟ୍ ଧରି ଅନ୍ଧକାର ଭିତରେ ଯାତାୟାତ କରିଥିଲେ ଶ୍ରଦ୍ଧାଳୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking