29.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶବିମାନରେ ନିଶାସକ୍ତ ଯାତ୍ରୀଙ୍କ ମା-ଝିଅଙ୍କୁ ଦୁର୍ବ୍ୟବହାର; ଏୟାରଲାଇନ୍ ବିରୋଧରେ ୧୬ କୋଟିର କେସ୍‌

ବିମାନରେ ନିଶାସକ୍ତ ଯାତ୍ରୀଙ୍କ ମା-ଝିଅଙ୍କୁ ଦୁର୍ବ୍ୟବହାର; ଏୟାରଲାଇନ୍ ବିରୋଧରେ ୧୬ କୋଟିର କେସ୍‌

ନ୍ୟୁୟର୍କ : ଆମେରିକାର ନ୍ୟୁୟର୍କ ସିଟିରୁ ଏଥେନ୍ସ ଯାଉଥିବା ଡେଲ୍ଟା ଏୟାର୍‌ଲାଇନ୍ସର ଏକ ବିମାନରେ ଜଣେ ନିଶାସକ୍ତ ଯାତ୍ରୀ ୧୬ ବର୍ଷର ଯୁବତୀ ଏବଂ ତାଙ୍କ ମା’ଙ୍କ ସହିତ ଦୁର୍ବ୍ୟବହାର କରିଛି । ଯାତ୍ରୀଙ୍କ ଦୁର୍ବ୍ୟବହାର ବେଳେ ବିମାକର କ୍ରୁ ଦୁହିଁଙ୍କୁ କୌଣସି ପ୍ରକାର ସହାୟତା କରିନଥିଲେ । ଏପରିକି ବିମାନ ଲ୍ୟାଣ୍ଡ୍ କରିବା ପରେ କୌଣସି ଅଧିକାରୀ କିମ୍ବା ପୁଲିସକୁ ସୂଚନା ନଦେଇ ଅଭିଯୁକ୍ତଙ୍କୁ ଯିବାକୁ ଦିଆଯାଇଥିଲା । ଏବେ ପୀଡ଼ିତାଙ୍କ ପରିବାର ଏୟାରଲାଇନ୍ସ ବିରୋଧରେ ୧୬ କୋଟି ଡଲାର୍‌ର କେସ୍ କରିଛନ୍ତି ।

ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁସାରେ ଜୁଲାଇ ୨୬ ତାରିଖରେ ୯ ଘଣ୍ଟାର ଯାତ୍ରା ମଧ୍ୟରେ ଅଭିଯୁକ୍ତ ପାସେଞ୍ଜର ପ୍ରାୟ ୧୦ ଭୋଡ୍‌କା ଏବଂ ଗୋଟିଏ ଗ୍ଲାସ୍ ୱାଇନ୍ ପିଇଥିଲା । କେସ୍‌ର ଚାର୍ଜସିଟ୍‌ରେ କୁହାଯାଇଛି, ଯାତ୍ରୀଙ୍କ ନିଶାରେ ଉବୁବୁଟୁ ହେଉଥିଲେ ମଧ୍ୟ ବିମାନ ଆଟେଣ୍ଡାଣ୍ଟ୍ ତାଙ୍କ ଲଗାତାର ମଦ ପରସୁଥିଲେ । ଏହାପରେ ସେ ମା-ଝିଅଙ୍କୁ ଦୁର୍ବ୍ୟବହାର କରିଥିଲା । ପୀଡ଼ିତ ପକ୍ଷଙ୍କ ଅନୁସାରେ ନିଶାସକ୍ତ ଯାତ୍ରୀ ମା-ଝିଅଙ୍କ ଉପରେ ଚିତ୍କାର କରୁଥିଲା । ଲଗାତାର ବିରୋଧ ସତ୍ତ୍ୱେ ବିମାନ ଆଟେଣ୍ଡାଣ୍ଟ୍ ଏହାକୁ ଅଣଦେଖା କରିଥିଲେ । ଅଭିଯୁକ୍ତ ଲଗାତାର ସେମାନଙ୍କୁ ଘର ଠିକଣା ଏବଂ ଅନ୍ୟ ସୂଚନା ମାଗୁଥିଲା । ଏହା ସହିତ ସେ ଯୁବତୀଙ୍କୁ ଡରାଇବା ଏବଂ ଧମକାଇବା ପାଇଁ ଚେଷ୍ଟା ମଧ୍ୟ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking