32.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଜୋଜିଲା ଟନେଲ୍‌ର ୪୦% କାମ ପୂରା; ଡେଡ୍‌ଲାଇନ୍ ୨୦୩୦କୁ ବୃଦ୍ଧି

ଜୋଜିଲା ଟନେଲ୍‌ର ୪୦% କାମ ପୂରା; ଡେଡ୍‌ଲାଇନ୍ ୨୦୩୦କୁ ବୃଦ୍ଧି

ଲେହ: କଶ୍ମୀର ଘାଟି ଏବଂ ଲଦାଖ୍‌କୁ ଯୋଡ଼ିବାକୁ ଥିବା ଜୋଜିଲା ଟନେଲ୍‌ର ୪୦ ପ୍ରତିଶତ କାର୍ଯ୍ୟ ପୂରା ହୋଇସାରିଛି । ତେବେ ଅଞ୍ଚଳରେ ବାରମ୍ବାର ପାଣିପାଗରେ ଦେଖାଦେଉଥିବା ପରିବର୍ତ୍ତନ କାରଣରୁ ଏହାର ଡେଡ୍‌ଲାଇନ୍‌କୁ ୨୦୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଟନେଲ୍ ଏସିଆର ସବୁଠୁ ଲମ୍ବା ଏବଂ ଉଚ୍ଚତାରେ ନିର୍ମାଣ ହେବାକୁ ଥିବା ଟନେଲ୍ । ନିର୍ମାଣ କାର୍ଯ୍ୟ ଶେଷ ପରେ ଏହି ଟନେଲ୍ ୪ ଘଣ୍ଟାର ରାସ୍ତାକୁ ମାତ୍ର ୧୫ରୁ ୨୦ ମିନିଟ୍‌ରେ ଅତିକ୍ରମ କରିହେବ । ଟନେଲ୍‌ର ମୋଟ ଲମ୍ବା ୧୩ କିମି ହୋଇଥିବା ବେଳେ ଉଭୟ ପାଶ୍ୱର୍ରେ ୩ କିମି ଲେଖାଏଁ (ମୋଟ ୬ କିମି) ଖୋଳାଯାଇଛି ।

୧୧,୬୭୮ ଫୁଟ ଉଚ୍ଚତାରେ ବର୍ଡର ରୋଡ୍ ଅର୍ଗାନାଇଜେସନ୍ (ବିଆର୍‌ଓ) ଦ୍ୱାରା ଚାଲିଥିବା ଏହି ପ୍ରୋଜେକ୍ଟର ନିର୍ମାଣ କାର୍ଯ୍ୟ ୨୦୨୬ ଡିସେମ୍ବରରେ ଶେଷ ହେବାର ଥିଲା । ମାତ୍ର ହିମସ୍ଖଳନ ଏବଂ ପରିବର୍ତ୍ତିତ ପାଣିପାଗ ଯୋଗୁଁ ଏହାର ଡେଡ୍‌ଲାଇନ୍ ୨୦୩୦ ସ୍ଥିର କରାଯାଇଥିବା ବିଆର୍‌ଓ ଅଧିକାରୀ କ୍ୟାପ୍‌ଟେନ୍ ଆଇକେ ସିଂହ କହିଛନ୍ତି । ଶ୍ରୀନଗର-କାର୍ଗିଲ୍‌-ଲେହ ନାସ୍‌ନାଲ୍ ହାଇୱେ ନଂ-୧ ଆର୍ମି ପାଇଁ ବିଶେଷ ମହତ୍ତ୍ୱ ରଖୁଛି । ଏହି ହାଇୱେ ଶୀତ ଋତୁରେ ଭୀଷଣ ବରଫପାତ ଯୋଗୁଁ ଲଦାଖ୍‌କୁ କଶ୍ମୀର ସହିତ ପୂରା ଦେଶରକୁ ଡିସ୍‌କନେକ୍ଟ କରିଥାଏ । ଟନେଲ୍ ନିର୍ମାଣ ପରେ ପ୍ରତ୍ୟେକ ଋତୁରେ ଲଦାଖ୍ ସହିତ କନେକ୍ଟିଭିଟି ଜାରି ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking