28.1 C
Bhubaneswar
Saturday, April 27, 2024
Homeଓଡିଶାମୋ ସ୍କୁଲ ଅଭିଯାନ’ର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ

ମୋ ସ୍କୁଲ ଅଭିଯାନ’ର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ

୧୧୪୬ ସ୍କୁଲରେ ୧୫.୧୮ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ
ଭୁବନେଶ୍ୱର: ଓଡ଼ିଶାର ୨୪ଟି ଜିଲ୍ଲାର ୧୧୪୬ ବିଦ୍ୟାଳୟରେ ୧୫ କୋଟି ୧୮ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ‘ମୋ ସ୍କୁଲ ଅଭିଯାନ’ର ୨୯ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏହି ଅନୁମୋଦନ ମିଳିଛି । ଗତ ୧ ମାସ ମଧ୍ୟରେ ୧୪ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ ଅଭିଯାନ’ ସହ ଯୋଡ଼ି ହୋଇଥିବାବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୬୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏହା ସହିତ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ôଥକ ଅନୁଦାନକୁ ମିଶାଇ ମୋଟ ୧୫ କୋଟି ୧୮ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ କରିଛି । ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ ଉକ୍ତ ବୈଠକ ପରେ ଶ୍ରୀ ସାହୁ କହିଛନ୍ତି ଯେ ବାଲେଶ୍ୱରରେ ସର୍ବାଧିକ ୧ କୋଟି ୧୪ ଲକ୍ଷ, ସୋନପୁରରେ ୫୫ ଲକ୍ଷ ୯୮ ହଜାର, କଟକରେ ୩୨ ଲକ୍ଷ ୧୬ ହଜାର, ଯାଜପୁରରେ ୩୦ ଲକ୍ଷ ୪୧ ହଜାର ଏବଂ ମୟୂରଭଞ୍ଜରେ ୨୦ ଲକ୍ଷ ୪୭ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀ ପ୍ରଦାନ କରିଛନ୍ତି ।

ଏବେ ସୁଦ୍ଧା ମୋଟ ୬,୦୬,୯୦୮ ଜଣ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ’ ମାଧ୍ୟମରେ ନିଜ ନିଜ ବିଦ୍ୟାଳୟ ସହ ଯୋଡ଼ି ହୋଇଛନ୍ତି । ସେହିଭଳି ବିଭିନ୍ନ ସିଏସ୍‌ଆର ପାଣ୍ଠିରୁ ବିଦ୍ୟାଳୟର ଉନ୍ନତିକରଣ ପାଇଁ ମୋଟ ୩୩୩.୪ କୋଟି ଟଙ୍କାର ଅନୁଦାନ ମିଳିଛି ।
ଶ୍ରୀ ସାହୁ କହିଛନ୍ତି ଯେ, ‘୫-‘ଟି’ ହାଇସ୍କୁଲ ଟ୍ରାନ୍ସଫର୍ମେଶନ୍ କାର୍ଯ୍ୟକ୍ରମ’ର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ହୋଇଥିବା ପ୍ରାୟ ୨,୨୨୨ ହାଇସ୍କୁଲକୁ ଏହି ଅର୍ଥ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ôଥକ ଅନୁଦାନ ମିଶାଇ ପ୍ରଦାନ କରିବାକୁ କାର୍ଯ୍ୟନିର୍ବାହୀ ପରିଷଦରେ ପ୍ରସ୍ତାବ ଗୃହୀତ ହୋଇଛି । ନିର୍ଦ୍ଧାରିତ ସମୟରେ ମୋ ସ୍କୁଲ ଅନ୍ତର୍ଗତ ପ୍ରକଳ୍ପଗୁଡ଼ିକୁ ଶେଷ କରିବାକୁ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବାକୁ ସୋସିଆଲ୍ ଅଡିଟ୍‌କୁ କଡ଼ାକଡ଼ି କରାଯାଇଛି । ସ୍କୁଲସ୍ତରରେ ‘ମୋ ସ୍କୁଲ’ ପ୍ରକଳ୍ପର ଅଡିଟ୍ କାର୍ଯ୍ୟକୁ ଜୋରଦାର କରିବାକୁ ସ୍ୱତନ୍ତ୍ର ଅଡିଟ୍ ଟିମ୍ ପଠାଇବାକୁ ସ୍ଥିର ହୋଇଛି ।

ଏହା ବ୍ୟତୀତ ‘ମୋ ସ୍କୁଲ ଅଭିଯାନ’ ଅନ୍ତର୍ଗତ ସ୍କୁଲ ଆଡ୍‌ପ୍‌ସନ୍ ବା ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି । ‘ମୋ ସ୍କୁଲ’ ଏବଂ ‘ପ୍ରଥମ’ ଓ ‘ଭାରତ ଜ୍ଞାନବିଜ୍ଞାନ ସମିତି’ର ମିଳିତ ସହଯୋଗରେ ଅକ୍ଟୋବର ୨ ତାରିଖରୁ ରାଜ୍ୟର ୧୦୨୫ଟି ସ୍ଥାନରେ ‘ଲର୍ଣ୍ଣିଂ କ୍ୟାମ୍ପ୍‌’ର ଆୟୋଜନ କରାଯାଇଛି । କୁନି କୁନି ପିଲାଙ୍କ ପାଇଁ ଆୟୋଜନ କରାଯାଉଥିବା ଏହି କ୍ୟାମ୍ପ୍ ପାଠପଢ଼ା ପ୍ରତି ପିଲାଙ୍କ ଆଗ୍ରହ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ଆସନ୍ତା ନଭେମ୍ବର ୧୪ରୁ ବଳକା ୩୯୭୫ଟି ସ୍ଥାନରେ ଏହି ‘ଲର୍ଣ୍ଣିଂ କ୍ୟାମ୍ପ୍‌’ ଆରମ୍ଭ ହେବାକୁ ଥିବାବେଳେ ବହୁ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ ସ୍ୱେଚ୍ଛାକୃତ ଭାବରେ ଏଥିରେ ଯୋଡ଼ିହୋଇ କୁନି କୁନି ପିଲାଙ୍କର ଗଣିତ ଓ ଭାଷାସାହିତ୍ୟ ଉପରେ ଶିକ୍ଷାଦାନ କରୁଛନ୍ତି ।  ଶ୍ରୀ ସାହୁ ପୁଣି କହିଛନ୍ତି ଯେ, ଆସନ୍ତା ୩ ବର୍ଷ ମଧ୍ୟରେ ୪ ହଜାର ହାଇସ୍କୁଲ୍‌ର ୨୦ ହଜାର ଶିକ୍ଷକଶିକ୍ଷୟିତ୍ରୀ ଏବଂ ୧୬ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍ କ୍ଷେତ୍ରରେ ଦକ୍ଷ କରିବାକୁ ‘ମୋ ସ୍କୁଲ’ ଏବ ‘କ୍ୱେଷ୍ଟ ଆଲିଆନ୍ସ’ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି ।

ଏହା ଅଧୀନରେ ଶିକ୍ଷକଙ୍କୁ ନଭେମ୍ବର ପ୍ରଥମ ସପ୍ତାହରୁ ୧୦୭୨ଟି ସ୍କୁଲର ଦୁଇଜଣ ଲେଖାଏଁ ଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ ।  ଉକ୍ତ ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଏସ୍‌ଇପିଏ, ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା, ନିର୍ଦ୍ଦେଶକ, ଟିଇ, ଏସ୍‌ସିଇଆରଟି, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ଅତିରିକ୍ତ ସଚିବ ତଥା ବିଭାଗୀୟ ବିତ୍ତ ପରାମର୍ଶଦାତା, ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏବଂ ଭାରପ୍ରାପ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking