27.1 C
Bhubaneswar
Friday, March 29, 2024
Homeଓଡିଶାଗର୍ଭବତୀ ମହିଳାଙ୍କୁ ୨ କି.ମି ଷ୍ଟ୍ରେଚରରେ ଆଣିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଗର୍ଭବତୀ ମହିଳାଙ୍କୁ ୨ କି.ମି ଷ୍ଟ୍ରେଚରରେ ଆଣିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ରାୟଗଡା : ଖରାପ ରାସ୍ତା ଯୋଗୁଁ ଗାଁ ଭିତରକୁ ଆମ୍ବୁଲାନ୍ସ ନଯାଇପାରିବା ବର୍ତମାନ ଏକ ସାଧାରଣ ଘଟଣା ହୋଇଗଲାଣି । ଯାହାଫଳରେ ରୋଗୀଙ୍କୁ ନାହିଁ ନଥିଲା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ବର୍ତମାନ ସମାନ ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ । ରାୟଗଡା ଜିଲ୍ଲାସ୍ଥିତ କାଶୀପୁରବ୍ଲକ ଅ”ର୍ଗତ ଜଣେ ଗର୍ଭବତୀ ମହିଳାଙ୍କୁ ୨ କି.ମି ପର୍ଯ୍ୟ” ଷ୍ଟ୍ରେଚରରେ ବୋହି ଆଣିଛନ୍ତି ୧୦୮ ଆମ୍ବୁଲାନ୍ସର କର୍ମଚାରୀ । ମିଳିଥିବା ସୂଚନା ଅନୁଯାୟୀ ରାୟଗଡା ଜିଲ୍ଲାସ୍ଥିତ କାଶୀପୁରବ୍ଲକ ଅ”ର୍ଗତ ସିନ୍ଧିଗୁଡା ଗ୍ରାମର ଲମ୍ବୁଧର ଗୌଡଙ୍କ ପତ୍ନୀ କୁ”ଳା ଗୌଡ(୧୯) ଗର୍ଭବତୀ ଥିଲେ । ଶନିବାର ଦିନ ହଠାତ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା, ଯାହା ଫଳରେ ପରିବାର ଲୋକେ ତୁର” ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ ।

ଖବର ପାଇବା କଲ ସାରି ଫେରୁଥିବା ଏକ ୧୦୮ ଆମ୍ବୁଲାନ୍ସ ତୁର” ସିନ୍ଧିଗୁଡା ଗ୍ରାମ ଅଭିମୁଖେ ବାହାରିଯାଇଥିଲା । ଗ୍ରାମ ଭିତରକୁ ଯିବାକୁ ପକ୍କା ରାସ୍ତାର ଅଭାବ କାରଣରୁ ଆମ୍ବୁଲାନ୍ସଟି ରୋଗୀଙ୍କ ଘରଠାରୁ ପ୍ରାୟ ୨ କି.ମି ଦୂରରେ ଅଟକି ରହିଯାଇଥିଲା । ଏହା ପରେ ୧୦୮ ଆମ୍ବୁଲାନ୍ସର କ୍ରିୟୁ ମେମ୍ବର ପରିଖିତ ନାୟକ ୨ କି.ମି ଦୂରରେ ନିଜ ଆମ୍ବୁଲାନ୍ସ ଗାଡିକୁ ରଖି ଉକ୍ତ ମହିଳାଙ୍କୁ ଆଣିବା ପାଇଁ ଷ୍ଟ୍ରେଚର ଧରି ବାହାରି ପଡିଥିଲେ । ତାଙ୍କୁ ଘରୁ ଆମ୍ବୁଲାନ୍ସ ନିକଟକୁ ଆଣୁଥିବାବେଳେ ପାଖାପାଖି ୪୦୦ ମିଟର ପୂର୍ବରୁ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ତାଙ୍କ ସହ ଆସୁଥିବା ସ୍ଥାନୀୟ ଆଶା ଦିଦି ଏଥିରେ ସହାୟତା କରିଥିଲେ । ଏହାପରେ ଉକ୍ତ ମହିଳା ଏବଂ ଶିଶୁ କନ୍ୟାକୁ ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କୁ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ତୁର” ନିକଟସ୍ଥ ପିଏଚସି ନିୟୁ ଡଙ୍ଗାସିଲିରେ ଭର୍ତ୍ତି କରାଇଥିଲେ । ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ଏଭଳି କର୍ତବ୍ୟପରାୟଣତାକୁ ଅଂଚଳବାସୀ ବେଶ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking