27.1 C
Bhubaneswar
Friday, March 29, 2024
Homeଖେଳୱାର୍ଲ୍ଡ ଟେବଲ୍ ଟେନିସ୍ କଣ୍ଟେଣ୍ଡର୍‌, ସାଥିୟାନ୍‌-ହରମିତ୍‌ଙ୍କୁ ଡବଲ୍ସ ଟାଇଟଲ୍‌

ୱାର୍ଲ୍ଡ ଟେବଲ୍ ଟେନିସ୍ କଣ୍ଟେଣ୍ଡର୍‌, ସାଥିୟାନ୍‌-ହରମିତ୍‌ଙ୍କୁ ଡବଲ୍ସ ଟାଇଟଲ୍‌

ଟ୍ୟୁନିସ୍‌: ଜି ସାଥିୟାନ୍ ଓ ହରମିତ୍ ଦେଶାଇଙ୍କ ଭାରତୀୟ ଟେବଲ୍ ଟେନିସ୍ ଯୋଡ଼ି ଏଠାରେ ଆୟୋଜିତ ୱାର୍ଲ୍ଡ ଟେବଲ୍ ଟେନିସ୍ କଣ୍ଟେଣ୍ଡର୍‌ର ଫାଇନାଲ୍‌ରେ ଶନିବାର ଫ୍ରାନ୍ସ ଯୋଡ଼ି ଏମାନୁଏଲ୍ ଲେବେସନ୍ ଓ ଆଲେକ୍‌ଜାଣ୍ଡ୍ରା କାସିନ୍‌ଙ୍କୁ ୧୧-୯, ୪-୧୧, ୧୧-୯, ୧୧-୬ରେ ହରାଇ ପୁରୁଷ ଡବଲ୍ସ ଟାଇଟଲ୍ ଜିତିଛନ୍ତି । ପ୍ରଥମ ଗେମ୍ ହରାଇବା ପରେ ଫ୍ରେଞ୍ଚ୍ ଯୋଡ଼ି ପ୍ରତ୍ୟାବର୍ତ୍ତନ କରି ୫-୧ ଏବଂ ୯-୩ରେ ଅଗ୍ରଣୀ ଲାଭ ସହ ଦ୍ୱିତୀୟ ଗେମ୍‌ରେ ବିଜୟୀ ହୋଇଥିଲେ । ତେବେ ପରବର୍ତ୍ତୀ ଗେମ୍‌ରେ ଭାରତୀୟ ଯୋଡ଼ି ଅଗ୍ରଣୀ ଲାଭ କରି ୧୧-୯ରେ ବିଜୟୀ ହୋଇଥିଲା । ଚତୁର୍ଥ ଗେମ୍‌ରେ ୪-୧ର ପ୍ରାରମ୍ଭିକ ଅଗ୍ରଣୀରୁ ଚତୁର୍ଥ ଗେମ୍ ଆରମ୍ଭ କରିଥିବା ଭାରତୀୟ ଯୋଡ଼ି ୬-୫ରେ ଲିଡ୍ ନେବାପରେ ଆଉ ପଛକୁ ଫେରି ଚାହିଁ ନଥିଲେ ଏବଂ୍ ୧୧-୬ରେ ଗେମ୍ ସହ ମ୍ୟାଚ୍ ଜିତି ଟାଇଟଲ୍ ହାତେଇଥିଲେ । ଶୁକ୍ରବାର ଭାରତୀୟ ଯୋଡ଼ି ସେମିଫାଇନାଲ୍‌ରେ ହଙ୍ଗେରୀର ନାନ୍ଦୋର ଏକ୍ସେକି ଓ ଆଦାମ୍ ସୁଜ୍‌ଦିଙ୍କୁ ଯୋଡ଼ିକୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking