33.1 C
Bhubaneswar
Sunday, May 5, 2024
Homeଅପରାଧପୋଲିସ ହାତରେ କୁଖ୍ୟାତ ଚୋର; ୩୫ ବର୍ଷରେ ୫ ଶହ ଚୋରି

ପୋଲିସ ହାତରେ କୁଖ୍ୟାତ ଚୋର; ୩୫ ବର୍ଷରେ ୫ ଶହ ଚୋରି

ଭୁବନେଶ୍ୱର: କମିଶନରେଟ ପୋଲିସ ହାତରେ ଧରାପଡିଛି କୁଖ୍ୟାତ ଚୋର । କଟକରେ ଚୋରି ଉଦ୍ୟମ ବେଳେ କୁଖ୍ୟାତ ଚୋର ହେମନ୍ତ ଦାସ ଧରାପଡିଛି । ୧୯୮୬ ମସିହାରୁ ୩୫ ବର୍ଷ ହେଲା ଚୋରି କରିଆସୁଥିଲା ହେମନ୍ତ । ୩୫ ବର୍ଷରେ ୫ ଶହ ଜାଗାରେ ପ୍ରାୟ ୫ କୋଟିର ଜିନିଷ ହେମନ୍ତ ଚୋରି କରିଛି । ହେମନ୍ତ ନାଁ ରେ କେବଳ ଭୁବନେଶ୍ୱରରେ ରହିଛି ୧୦୨ ମାମଲା । ଭୁବନେଶ୍ୱର ସହ ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀରେ ବି ଚୋରି କରିଥିଲା । ଚୋରି ଟଙ୍କାରେ ବିଭିନ୍ନ ଜାଗା ବୁଲିବା ସହ କଲଗାର୍ଲରେ ଉଡାଉଥିଲା । ବିଜେବି କଲେଜରେ ପଢିବା ବେଳେ ଗଣ୍ଡଗୋଳ କରି ଜେଲ ମଧ୍ୟ ଯାଇଥିଲା । ଜେଲରେ ଅନ୍ୟ ଜଣେ ଚୋର ସହ ମିଶି ପାଲଟି ଯାଇଥିଲା କୁଖ୍ୟାତ ଲୁଟେରା । ଏଯାଏଁ ୫ କୋଟି ଚୋରି କରିଥିଲେ ବି ଆକାଉଣ୍ଟରେ ଅଛି ମାତ୍ର ୧୪ ଶହ ଟଙ୍କା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking