30.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶପୁଣି ଥରେ ମା’ ହେଲେ ନେହା ଧୂପିଆ

ପୁଣି ଥରେ ମା’ ହେଲେ ନେହା ଧୂପିଆ

ନୂଆଦିଲ୍ଲୀ : ପୁଣି ଥରେ ମା’ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ନେହା ଧୁପିଆ । ତାଙ୍କ ଘରକୁ ଏବେ ଆସିଛନ୍ତି ଜଣେ କୁନି ଅତିଥି । ସେ ରବିବାର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏ ନେଇ ନେହାଙ୍କ ସ୍ୱାମୀ ଅଙ୍ଗଦ ବେଦି ସୂଚନା ଦେଇଛନ୍ତି । ସୋସିଆଲ ମିଡିଆରେ ସେ ଏକ ପୋଷ୍ଟ ସେୟାର କର ସେ ଏହି ଖୁସି ଖବର ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ପୋଷ୍ଟରେ ସେ ନେହାଙ୍କର ଏକ ପ୍ରେଗନେଣ୍ଟ ସମୟର ଫଟୋ ପୋଷ୍ଟ କରିଛନ୍ତି । ଏବଂ କ୍ୟାପସନ୍ ରେ ଲେଖିଛନ୍ତି ଯେ ଭଗବାନ ଆଜି ଆମକୁ ଏକ ପୁତ୍ର ଦେଇଛନ୍ତି । ନେହା ଏବଂ ଶିଶୁ ଦୁହେଁ ଭଲ ଅଛନ୍ତି । ତେବେ ଅଙ୍ଗଦ ସୋସିଆଲ ମିଡିଆରେ ଏହି ଖୁସି ଖବର ଦେବା ପରେ ଏବେ ବଲିଉଡରରେ ଶୁଭେଚ୍ଛାର ସୁଅ ଛୁଟିଛି । ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ପର୍ଯ୍ୟନ୍ତ ସମସ୍ତେ ନେହା ଓ ଅଙ୍ଗଦଙ୍କୁ ବଧାଇ ଦେଉଛନ୍ତି ।

ତେବେ ଖବର ଅନୁସାରେ କିଛି ମାସ ପୂର୍ବରୁ ନେହା ଧୁପିଆ ଓ ଅଙ୍ଗଦ ବେଦି ପୁଣି ଥରେ ବାପା ମା’ ହେବାକୁ ଯାଉଥିବା ନେଇ ଘୋଷଣା କରିଥିଲେ । ଏକ ଫ୍ୟାମିଲି ଫୋଟୋ ସେୟାର କରି ସେ ଶୁବ୍ଶୀଘ୍ର ତିନିରୁ ୪ ହେବାକୁ ଯାଉଥିବା ଫ୍ୟାନ୍ସଙ୍କୁ ଜଣାଇଥିଲେ । ପୂବ ର୍ରୁ ନେହାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ୨୦୧୮ରେ ଝିଅ ମେହେର ଜନ୍ମ ହେବା ପରେ ବେଶ୍ ଖୁସି ଥଲେ ନେହା ଓ ଅଙ୍ଗଦ । ଏବେ ପୁଣି ଥରେ ଦୁହେଁ ଏକ ପୁତ୍ର ସନ୍ତାନର ପିତାମାତା ହୋଇଛନ୍ତି ।

ଉଭୟଙ୍କ ମ୍ୟାରେଜ କଥା କହିବାକୁ ଗଲେ ଦୁହେଁ ୨୦୧୮ରେ ବିବାହ କରିଥିଲେ । ଦିଲ୍ଲୀର ଏକ ଗୁରୁଦ୍ୱାରା ରେ ଉଭୟ ସିକ୍ରେଟ୍ ମ୍ୟାରେଜ୍ କରିଥିଲେ । ଏହି ବିବାହରେ ଉଭୟଙ୍କ ପରିବାର ଲେକ ଏବଂ କିଛି ଘନିଷ୍ଠ ବନ୍ଧୁ ଯୋଗ ଦେଇଥିଲେ । ତେବେ ବିବାହ ପୂର୍ବରୁ ହିଁ ନେହା ପ୍ରେଗନେଣ୍ଟ୍ ଥିବା କଥା ବେଶ୍ ଚର୍ଚ୍ଚା ହେଉଥିଲା ଇଣ୍ଡଷ୍ଟ୍ରିରେ । ପରେ ନେହା ଏହି ଖବର ଫ୍ୟାନ୍ସଙ୍କୁ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking