40.1 C
Bhubaneswar
Thursday, April 25, 2024
Homeଓଡିଶାଥାନାରେ ଥାର୍ଡ ଡିଗ୍ରୀ: ଏସଆଇଙ୍କ ବଦଳି

ଥାନାରେ ଥାର୍ଡ ଡିଗ୍ରୀ: ଏସଆଇଙ୍କ ବଦଳି

ଭୁବନେଶ୍ୱର: ମାଲକାନଗିରି ମୋଟୁ ଥାନାରେ ୨ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ମୋଟୁ ଥାନା ଏସଆଇ ସୋମନାଥ ଦଳବେହେରାଙ୍କୁ ମୁଖ୍ୟାଳୟକୁ ବଦଳି କରାଯାଇଛି । ୨ ଚୋରି ଅଭିଯୁକ୍ତଙ୍କୁ ଉଠାଇ ଆଣି ନିସ୍ତୁକ ମାଡ ଅଭିଯୋଗ ଥିଲା ।

ସୂଚନାଯୋଗ୍ୟ , ମାଲକାନଗିରି ମୋଟୁ ଥାନା ଅନ୍ତର୍ଗତ ଏମପିଭି ୮୨ ଗାଁରେ ଏକ ଚୋରି ଘଟଣାକୁ କେନ୍ଦ୍ର କରି ଗତ ବୁଧବାର ଦିନ ଖାପ ପଞ୍ଚାୟତ ବସିଥିଲା । ୨ ଯୁବକ ବିପ୍ଳବ ହାଲଦାର ଓ ବିଶ୍ୱଜିତ ବିଶ୍ୱାସଙ୍କୁ କୋଟପାଡ ଓ ଆନ୍ଧ୍ରରେ ଦାଦନ ଖଟୁଥିବା ବେଳେ ସେମାନଙ୍କୁ ଡାକି ଖାପ ପଞ୍ଚାୟତରେ ହାଜର କରାଯାଇଥିଲା । ଖାପ ପଞ୍ଚାୟତରେ ମାମଲାର ସମାଧାନ ନହେବାରୁ ପୁଲିସକୁ ଖବର ଦେଇଥିଲେ ଗାଁର ବଡପଣ୍ଡାମାନେ । ବଡବଡିଆଙ୍କୁ କଥା ଶୁଣି ପୁଲିସ ଗତ ଗୁରୁବାର ଦିନ ସକାଳୁ ୨ ଯୁବକଙ୍କୁ ମୋଟୁ ଥାନାକୁ ୪ ରାତି ନିସ୍ତୁକ ମାଡ ମାରିବା ସହ ମୁଣ୍ଡପିଛା ୫୦ ହଜାର ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ବିନା କୌଣସି ଏଫଆଇଆରରେ ୨ ଜଣ ଯୁବକଙ୍କୁ କାହିଁକି ୪ ଦିନ ଥାନାରେ ଅଟକ ରଖି ନିର୍ଯାତନା ଦିଆଗଲା ବୋଲି ପଚରାଯାଇଥିବା ପ୍ରଶ୍ନର ଅଜବ ଉତ୍ତର ରଖିଛନ୍ତି ମୋଟୁ ଆଇଆଇସି । ଗାଁ ଲୋକ ମାଡ ମାରୁ ଥିବା ବେଳେ ପୋଲିସ ଉଦ୍ଧାର କରିଥିବା କହିଛନ୍ତି ମୋଟୁ ଆଇଆଇସି ଅଶୋକ ବିଶୋଇ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking