32.1 C
Bhubaneswar
Friday, April 26, 2024
Homeଓଡିଶାକରୋନା ପାଇଁ ଫିକା ପଡ଼ିଲା ବନ୍ଧୁତ୍ୱ ଦିବସ

କରୋନା ପାଇଁ ଫିକା ପଡ଼ିଲା ବନ୍ଧୁତ୍ୱ ଦିବସ

ଭୁବନେଶ୍ଵର: ଆଜି ବିଶ୍ୱ ବନ୍ଧୁତ୍ୱ ଦିବସ । କୁହାଯାଏ ରକ୍ତର ସମ୍ପର୍କ ଠାରୁ ବି ବେଶ ଗଭୀର ବନ୍ଧୁତାର ସମ୍ପର୍କ । ଆଜି ବିଶ୍ବ ବନ୍ଧୁତ୍ବ ଦିବସରେ ସବୁଠି ଚାଲିଛି ସେଲିବ୍ରେସନ । ତେବେ କୋରୋନା କଟକଣା ଭିତରେ ଫିକା ପଡ଼ିଛି ଆଜିର ଦିନ । ତେବେ ସୋସିଆଲ ମିଡିଆରେ ନିଜ ନିଜ ବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇବା ସହ ମନେପକାଉଛନ୍ତି ସମସ୍ତେ । ଚଳିତବର୍ଷ ଚକୋଲେଟ ଆଉ ଫ୍ରେଣ୍ଡସିପ୍ ବ୍ୟାଣ୍ଡ ପିନ୍ଧାଇବାର ଟ୍ରେଣ୍ଡ ଉପରେ କୋରୋନା ମାଡ଼ ପଡ଼ିଛି । ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ରବିବାରକୁ ଫ୍ରେଣ୍ଡସିପ ଡେ ଭାବେ ସାରା ବିଶ୍ବ ପାଳନ କରେ ।
୧୯୩୦ ମସିହା ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ ଡେ ଭାବେ ପାଳନ କରାଯାଇଥିଲା । ୧୯୫୮ ମସିହା ଜୁଲାଇ ୩୦ରେ ମିଳିତ ଜାତିସଂଘ ବିଧିବଦ୍ଧ ଭାବେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବିଶ୍ବ ବନ୍ଧୁତ୍ବ ଦିବସ ଭାବେ ଘେ।ଷଣା କରିଥିଲା । ଆଉ ସେହି ଦିନ ଠାରୁ ଅଗଷ୍ଟ ମାସ ପ୍ରଥମ ରବିବାରକୁ ସାରା ବିଶ୍ବରେ ବନ୍ଧୁତ୍ବ ଦିବସ ରୂପେ ପାଳନ ହେ।ଇଆସିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking