28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଆସିଲା ରିୟା ଚକ୍ରବର୍ତ୍ତୀ ଙ୍କ କଲ ରେକର୍ଡ

ଆସିଲା ରିୟା ଚକ୍ରବର୍ତ୍ତୀ ଙ୍କ କଲ ରେକର୍ଡ

ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଯେତେ ଆଗକୁ ବଢୁଛି, କିଛି କିଛି ରହସ୍ୟ ଖୋଲୁଛି । ଏହି ରହସ୍ୟ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଉପରକୁ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବର୍ତ୍ତମାନ ରିୟାଙ୍କ କଲ୍ ରେକର୍ଡ ଦେଖିବା ପରେ ଆଉ ଏକ ଆଶ୍ଚର୍ଯ୍ୟଜନକର ଘଟଣା ସାମ୍ନାକୁ ଆସିଛି । କୁହାଯାଉଛି ଯେ, ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟା ବାନ୍ଦ୍ରା ଡିସିପିଙ୍କ ସମ୍ପର୍କରେ ଥିଲେ ଓ ସେ ବହୁବାର ଡିସିପିଙ୍କୁ ଫୋନ କରିଥିଲେ ।
କଲ୍ ବିବରଣୀ ଦେଖିବା ପରେ ଜଣାପଡିଛି ଯେ, ରିୟା ବାନ୍ଦ୍ରା ଡିସିପି ଅଭିଷେକ ତ୍ରିମୁଖେ ସହ ୪ ଥର କଥା ହୋଇଛନ୍ତି । କିନ୍ତୁ ରିୟା ଫୋନରେ ଡିସିପିଙ୍କ ସହ କ’ଣ କଥା ହୋଇଥିଲେ, ତାହା କେବଳ ଅଭିଷେକ ତ୍ରିମୁଖେ ହିଁ ଦେଇପାରିବେ ।
ଅନ୍ୟପଟେ ସୁଶାନ୍ତଙ୍କ  ଗାର୍ଲ ଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି। ଏହାପରେ ସୁଶାନ୍ତଙ୍କ ପୂର୍ବତନ ବିଜନେସ ମ୍ୟାନେଜର ଶ୍ରୁତି ମୋଦି ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ପହଞ୍ଚିଛନ୍ତି। ଦୁହିଁଙ୍କୁ ସାମନାସାମନି ପଚରା ଉଚରା କରାଯାଇପାରେ। ପ୍ରଥମେ ରିୟା ଆଜି ମଧ୍ୟାହ୍ନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁମ୍ବାଇ ଅଫିସରେ ହାଜର ହୋଇଥିଲେ। ସୁଶାନ୍ତ ସିଂହ ରାଜପୁତଙ୍କ ଆକାଉଣ୍ଟରୁ ରହସ୍ୟମୟ ଭାବେ ୧୫ କୋଟି ଟଙ୍କା ଗାଏବ ହେବା, ତାଙ୍କ ବିଜନେସ୍ କାରବାର ଆଦି ନେଇ ରିୟାଙ୍କୁ ଜେରା ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking