28.1 C
Bhubaneswar
Saturday, April 27, 2024
Homeଅପରାଧସହି ପାରିଲେନି ପ୍ରେମିକାର ଧୋକା, ଭିଡିଓ କରି ଟ୍ରେନ୍‌ ଆଗକୁ ଡେଇଁଲେ ଯୁବକ

ସହି ପାରିଲେନି ପ୍ରେମିକାର ଧୋକା, ଭିଡିଓ କରି ଟ୍ରେନ୍‌ ଆଗକୁ ଡେଇଁଲେ ଯୁବକ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କାଇପଦର-ଧଉଳିମୁହଁ ମଧ୍ୟବର୍ତ୍ତୀ ରେଳ ଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ସୌମ୍ୟରଞ୍ଜନ ପରିଡ଼ା। ତାଙ୍କ ଘର ପୁରୀ ଜିଲ୍ଲା ଗଡ଼ିସାଗଦା ଅଞ୍ଚଳରେ।

ସୌମ୍ୟରଞ୍ଜନ ନିଜ ପରିବାର ସହ ଖୋର୍ଦ୍ଧା ସଦର ଥାନା ଆଣ୍ଡାବାଜପୁର ଅଞ୍ଚଳରେ ଭଡ଼ାରେ ରହୁଥିଲେ। ସେ ବେଙ୍ଗାଲୁରରେ ଚାକିରି କରିଥିଲେ। ସାଙ୍ଗର ବିବାହ ପାଇଁ ୩ରୁ୪ ଦିନ ହେବ ଘରକୁ ଆସିଥିଲେ। ଗତକାଲି ରାତିରେ ଶିରା କାଟି ନିଜ ଭିତରେ ଥିବା ଯନ୍ତ୍ରଣାକୁ ଏକ ଭିଡ଼ିଓ କରି ନିଜ ମୋବାଇଲ ଷ୍ଟାଟସରେ ରଖିଥିଲେ। ମୃତ୍ୟୁ ପୂର୍ବରୁ ନିଜ ଭଉଣୀଙ୍କ ସହ ବହୁତ ସମୟ ଧରି କଥା ହୋଇଥିଲେ। ଭଉଣୀ ମଧ୍ୟ ନିଜ ଅବୁଝା ଭାଇକୁ ବହୁତ କିଛି ବୁଝାଇଥିଲା। ହେଲେ ସୌମ୍ୟରଞ୍ଜନ କିଛି ବୁଝି ନଥିଲେ। ପରେ ସେ ଟ୍ରେନ୍ ଆଗକୁ ଡେଁଇ ଆତ୍ମହତ୍ୟା କରିଥିବା ଜଣାଯାଇଛି।

ପ୍ରେମରେ ବିଫଳ ହେବାପରେ ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ଭିଣୋଇ କହିଛନ୍ତି। ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ପୁଲିସ ସୌମ୍ୟରଞ୍ଜନଙ୍କ ମୋବାଇଲକୁ ଜବତ କରି ଘଟଣାର ତଦନ୍ତ କରୁଛି। ସୌମ୍ୟରଞ୍ଜନ କେଉଁ ଯୁବତୀଙ୍କୁ ଭଲ ପାଉଥିଲେ, ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସଂପୃକ୍ତ ଯୁବତୀଙ୍କୁ  ପୁଲିସ ଖୋଜି ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ସୌମ୍ୟଙ୍କ ପରିବାର ଲୋକେ ଦାବି କରିଛନ୍ତି। ସୌମ୍ୟରଞ୍ଜନ ଘରର ବଡ଼ ପୁଅ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking