40.1 C
Bhubaneswar
Saturday, April 27, 2024
Homeଓଡିଶାପତ୍ନୀଙ୍କ ମୃତ୍ୟୁ ପରେ କୁନି ପୁଅକୁ ଘରେ ଶୁଆଇ ଝୁଲି ପଡ଼ିଲେ ସ୍ୱାମୀ

ପତ୍ନୀଙ୍କ ମୃତ୍ୟୁ ପରେ କୁନି ପୁଅକୁ ଘରେ ଶୁଆଇ ଝୁଲି ପଡ଼ିଲେ ସ୍ୱାମୀ

ସୁନ୍ଦରଗଡ଼ : ପତ୍ନୀଙ୍କ ମୃତ୍ୟୁର ୩ ଦିନ ପରେ ଝିଅକୁ ଘରେ ଶୁଆ ଝୁଲି ପଡ଼ିଲେ ପତି। ଏପରି ହୃଦୟବିଦାରକ ଘଟଣା ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳରେ ଘଟିଛି। ପତ୍ନୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ପତି ଝୁଲି ପଡ଼ିଥିବା ଅଭିଯୋଗ ହୋଇଛି। କୋଇଡା ବ୍ଲକ୍‌ ଟେନସା ଫାଣ୍ଡି ଜିରୋ ପଏଣ୍ଟ ଅଞ୍ଚଳରେ ବାସ କରନ୍ତି ନନ୍ଦଲାଲ ଚାମ୍ପିଆ। ଦେଢ଼ ବର୍ଷ ତଳେ ଜିନେସ କାଣ୍ଡୁଲାନାଙ୍କୁ ସେ ବୈଦିକ ରୀତିନୀତିରେ ବିବାହ କରିଥିଲେ। ୪ ମାସ ତଳେ ତାଙ୍କର ଏକ ପୁଅ ସନ୍ତାନ ଜନ୍ମ ହୋଇଥିଲା। ପୁଅ ଜନ୍ମ ପରେ ବେଶ୍‌ ହସଖୁସିରେ ଥିଲେ। ନନ୍ଦଲାଲ୍‌ କାମଦାମ କରି ଯାହା ରୋଜଗାର କରନ୍ତି, ସେଥିରେ ଚଳୁଥିଲା ପୂରା ପରିବାର।

ପ୍ରବଳ ଶୀତ ଯୋଗୁ ଜାନୁଆରୀ ୨୬ ତାରିଖରେ ଜିନେସ କାଣ୍ଡୁଲାନା ନିଆଁ ପୁଇଁ ହେଉଥିଲେ। ଅସାବଧାନତା ଯୋଗୁ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ଯେଉଁଥିପାଇଁ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ ନନ୍ଦଲାଲ୍‌। ଆଜି ପୁଅକୁ ଘରେ ଶୁଆଇ ଦେଇଥିଲେ। ସନ୍ଧ୍ୟା ବେଳେ ଘର ପର୍ଶ୍ୱ ଆମ୍ୱ ଗଛରେ ଝୁଲି ପଡ଼ିଥିଲେ! ପୁଅ କାନ୍ଦ ଶୁଣି ସାହି ପଡ଼ିଶା ଧାଇଁ ଆସିଥିଲେ। ସେତେବେଳେ ନନ୍ଦଲାଲ୍‌ ଆମ୍ୱ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ସାହି ପଡ଼ିଶା ଏନେଇ ମୃତ ନନ୍ଦଲାଲ୍‌ଙ୍କ ଶାଶୁ ଓ ଶ୍ୱଶୂର ଏବଂ ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଅନ୍ୟପକ୍ଷରେ ୩ ମାସର କୁନି ପୁଅ ଏବେ ତା’ ଅଜା ଓ ଆଈଙ୍କ ପାଖରେ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking