ନୂଆଦିଲ୍ଲୀ: ହମୀରପୁର ଜିଲ୍ଲାରେ ରାଠ୍ କୋତବାଲ୍ଲୀ ଅଂଚଳରେ ଏହ ଅଭାବନୀୟ ଘଟଣା ଘଟିଯାଇଛି । ଉକ୍ତ ଅଚଂଳର ଧନୌରୀ ଗାଁ ନିକଟ ଏକ ଦୋକାନରେ ଶୋଇଥିବା ଯୁବକଙ୍କ ଉପରେ ଜଣେ ବ୍ୟକ୍ତି କୁରାଢୀରେ ଆକ୍ରମଣ କରିଥିବା ଘଟଣା ସେଠାରେ ଚାଂଚଲ୍ୟ ସୃଷ୍ଟି କରିଛି । ପରେ ଖବର ପାଇଁ ପରୁବାର ଲୋକେ ପହଂଚି ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କୁ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ପରିବାର ଲୋକେ ଥାନାରେ ଏନେଇ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଏଏସପି ସନ୍ତୋଷ କୁମାର ଘଟଣାସ୍ଥଳରେ ପହଂଚି ପରିବାର ଲୋକଙ୍କୁ ପଚରାଉଚୁରା କରିଛନ୍ତି । ତେବେ ସେହି ଗାଁରେ ରହୁଥିବା ଖେମଚନ୍ଦ୍ର ରାଜପୁତ କହିଛନ୍ତି ଯେ, ତାଙ୍କ ପୁଅ ଗାଁର ବସଷ୍ଟାଣ୍ଟ ନିକଟରେ ଏକ ମୋବାଇଲ ରିପ୍ୟାରିଂ ଦୋକାନ କରିଥିଲା । ହେଲେ ସେ ରାତିରେ ନଆସି ସେଇଠି ରହିଯାଇଥିଲା । ଦୋକାନ ବାହାରେ ଶୋଇଥିଲା । ତାଙ୍କ ପାଖରେ ଗାଁର ବାଲେନ୍ଦ୍ର ଓ ରାମଦୟାଲ ଶୋଇଥିଲେ । ତେବେ ରାତି ପ୍ରାୟ ୧୨ ଟା ସମୟରେ ଗାଁର ଚନ୍ଦ୍ରଶେଖର ରାଜପୁତଙ୍କ ପୁଅ ପ୍ରେମନାରାୟଣ କୁରାଢୀ ନେଇ ପହଂଚିଥିଲା ଏବଂ ପିଣ୍ଟୁ ଉପରେ ଆକ୍ରମଣ କରିଥିଲା । ପାଖରେ ଶୋଇଥିବା ବାଲେନ୍ଦ୍ର ଏବଂ ସତୀଶ ଚିତ୍କାର କରିବାରୁ ଅଭିଯୁକ୍ତ ଚମ୍ପଟ ମାରିଥିଲା ।