ଦୁର୍ଗମ ଆଦିମ ଜନଜାତି ବସବାସ କରୁଥିବା ଅଞ୍ଚଳରେ ଯୁବ ଆଇଏଏସ ଅଧିକାରୀ

ଗୁଣୁପୁର: ଭାରତୀୟ ପ୍ରଶାସନିକ ସେବାର ଯୁବ ଅଧିକାରୀ ସୋନାଲ ଜେନା ଗୁଣୁପୁର ଉପଖଣ୍ଡର ଉପ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଆଦିମ ଜନଜାତି ବସବାସ କରୁଥିବା ଦୁର୍ଗମ ପୁଟାସିଂ ଅଞ୍ଚଳ ପାଦରେ ଚାଲି ଚାଲି ପରିଦର୍ଶନ କରିଥିଲେ । ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା ଅଧୀନରେ କରାଯାଉଥିବା ପାହାଡିଆ ଚାଷ କାର୍ଯ୍ୟ, କୁକୁଡ଼ା ପାଳନ, ଜୀବନ ଜୀବିକା, ଖାଉଟି ସେବା,ଉନ୍ନୟନ କାର୍ଯ୍ୟ ଗୁଡିକ ର ତଦାରଖ କରିଥିଲେ । ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ପୃଷ୍ଟିକର ଖାଦ୍ୟ ଯୋଗାଣ ଓ ପାହାଡିଆ ଜମି ରେ ଜଳସେଚନ ସୁବିଧା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ମୁନିଗୁଡା, ବିସମକଟକ ଅଞ୍ଚଳକୁ ପରିଦର୍ଶନ କରି ଡଙ୍ଗରିଆ କନ୍ଧଙ୍କ ବିକାଶକୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ ।

LEAVE A REPLY

Please enter your comment!
Please enter your name here