29.1 C
Bhubaneswar
Sunday, May 5, 2024
Homeଓଡିଶାଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

ଜଟଣୀ : ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ପଦନପୁର ନିକଟ ଏକ ପରିତ୍ୟକ୍ତ ସ୍ଥାନରୁ ଜଣେ ବ୍ୟକ୍ତିଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ସେହି ଅଂଚଳର ଜଣେ ଅଟୋ ଚାଳକଙ୍କର ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଜଟଣୀ ଥାନା ଅନ୍ତର୍ଗତ ପଦନପୁର ଅଞ୍ଚଳର ଅଟୋ ଚାଳକ ଚନ୍ଦନ ଓରଫ ଦିପୁନା ଛୋଟରାୟ (୨୨) ଗତ ମାସ ୨୪ ତାରିଖ ସନ୍ଧ୍ୟାରୁ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ତେଣୁ ୧୦ ତାରିଖରେ ଜଟଣୀ ଥାନାରେ ସେ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ତେବେ ଗତକାଲି ପଦନପୁର ଗ୍ରାମର ଦୁଇଜଣ ଯୁବକ ହଜିଯାଇଥିବା ଗାଈ ଖୋଜିବାକୁ ଯାଇଥିବାବେଳେ ନିକଟସ୍ଥ ଶ୍ମଶାନଠାରୁ ଅନତି ଦୂରରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ପଚିଶଢି ଯାଇଥିବା ଖଣ୍ଡବିଖଣ୍ଡିତ ଶବ ପଡିଥିବା ଦେଖିବାକୁ ପାଇଥିଲେ । ଏ ନେଇ ଗ୍ରାମରେ ଜଣାଇବା ପରେ ନିଖୋଜ ଚନ୍ଦନଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ନିକଟରେ ପଡ଼ିଥିବା ହାତ ବଳାରୁ ଶବ ଚିହ୍ନଟ କରିଥିଲେ । ପରେ ଚନ୍ଦନଙ୍କ ଭାଇ ସୁକାନ୍ତ ଛୋଟରାୟ ଜଟଣୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ଜଟଣୀ ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲା । ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଚାରିଆଡ଼େ ବିକ୍ଷିପ୍ତ ଭାବେ ପଡ଼ିଥିବା ଦେହାବଶେଷକୁ ଅନୁଧ୍ୟାନ କରିବା ସହ ନିକଟରେ ପଡ଼ଥିବା ମଦବୋତଲ, ପାଣିପାଉଚ, ଚପଲ, ହାତବଳା, ରାସାୟନିକ ଦାନାଦାର, ଥଣ୍ଡାପାନୀୟ ବୋତଲ ପ୍ରଭୃତି ଜବତ କରିଛି । ଏ ନେଇ ଜଟଣୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking