29.1 C
Bhubaneswar
Sunday, May 5, 2024
Homeଓଡିଶାଫସିଛନ୍ତି ୮୫ ଜଣ ମଧ୍ୟପ୍ରଦେଶ ଶ୍ରମିକ

ଫସିଛନ୍ତି ୮୫ ଜଣ ମଧ୍ୟପ୍ରଦେଶ ଶ୍ରମିକ

ନୂଆପଡ଼ା : ଲକ୍ ଡାଉନ ଯୋଗୁ ଏବେ ନୂଆପଡ଼ା ସହରରେ ମଧ୍ୟପ୍ରଦେଶର ୨୦ ଶିଶୁ ସମେତ ୮୫ ଜଣ ଶ୍ରମିକ ଫସି ରହିଛନ୍ତି । ତେବେ ତାଙ୍କ କାମ ବନ୍ଦ ହୋଇଯିବାରୁ ଖାଇବାକୁ କିଛି ନଥିବାରୁ ଚୁଲି ଜଳୁନାହିଁ । ଏବେ ୨୦ରୁ ଊର୍ଦ୍ଧ୍ୱ କୋମଳମତି ଶିଶୁ ଭୋକ ଉପବାସରେ ଦିନ କାଟୁଛନ୍ତି ।
ଗତ ୩ ମାସ ତଳେ ମଧ୍ୟପ୍ରଦେଶ ରାଜ୍ୟ ସାଗର ଜିଲ୍ଲା ମାଲଥୋନ ଓ ଦେଉରୀ ଥାନା ଅଞ୍ଚଳର ଶ୍ରମିକମାନେ ପେଟପଟଣା ପାଇଁ ନୂଆପଡ଼ା ସହରକୁ ଆସିଥିଲେ । ସହର ଭିତରେ ବିଭିନ୍ନ ସ୍ଥାନରେ ଟାଙ୍ଗିଆ, ବାରିଶି, ପନକୀ ଭଳି ଲୁହା ନିର୍ମିତ ସାମଗ୍ରୀ ତିଆରି କରୁଥିଲେ । ସେଥିରୁ ଯାହା କିଛି ରୋଜଗାର ହେଉଥିଲା, ତାକୁ ପରିବାର ଲୋକଙ୍କ ପେଟ ଚଳୁଥିଲା । ଲକ୍ ଡାଉନ ଘୋଷଣା କରିବାରୁ କାମ ବନ୍ଦ ରହିଥିଲା । କାମ ବନ୍ଦ ହୋଇ ଯିବାରୁ ରୋଜଗାର ବନ୍ଦ ହୋଇଯାଇଛି । ଯାହା କିଛି ରୋଜଗାର କରିଥିଲେ ତାକୁ କିଣା ବିକା କରି ଖାଇ ଦେଲେ । ଏବେ ହାତରେ କାଣି କଉଡି ଟିଏ ବି ନାହିଁ । ତାଙ୍କ ପାଖରେ ରାସନ ସାମଗ୍ରୀ ମଧ୍ୟ ନଥିବାରୁ ଚୁଲି ଜଳୁନାହିଁ । ଏବେ ଏସପିଙ୍କ ବାସଭବନ ନିକଟ ଶିବ ମନ୍ଦିର ପଡ଼ିଆରେ ଭୋକ ଉପବାସରେ ପଲିଥିନ ତଳେ ଖରାତାତିରେ ପଡ଼ି ରହିଛନ୍ତି । ତାଙ୍କ ଦୁଃଖ ବୁଝିବାକୁ କେହିନାହାନ୍ତି । ଅନ୍ୟପକ୍ଷେ ସହର ଭିତରକୁ ପ୍ରବେଶ କଲେ, ରାଜ୍ୟ ବାହାର ଲୋକେ ବୋଲି ଲୋକେ ବାରଣ କରୁଛନ୍ତି ।
ମାଲଥୋନ ଓ ଦେଉରୀ ଗାଁର ୨୦ ଶିଶୁ ସମେତ ୮୫ ଜଣ ଶ୍ରମିକ ଫସି ରହିଛନ୍ତି । ତେବେ ସେମାନଙ୍କୁ ତାଙ୍କର ଗାଁରେ ଛାଡ଼ି ଦେବାକୁ ଜିଲ୍ଲା ପ୍ରଶାସନ, ରାଜ୍ୟ ଓ କେନ୍ଦ୍ର ସରକାର ନିକଟରେ ଶ୍ରମିକମାନେ ଆକୁଳ ନିବେଦନ କରିଛନ୍ତି । ନଚେତ ତାଙ୍କୁ ଖାଇବା ସମାଗ୍ରୀ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲେ । ସଦର ଆଇଆଇସି ଆଦିତ୍ୟ ମହାକୁଡ଼ଙ୍କ ନିକଟରେ ଶ୍ରମିକମାନେ ଦୁଃଖ ଉପସ୍ଥାପନା କରିବାରୁ ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କୁ ଜଣାଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସଦର ଏନଏସି ଇଓ ରାମଚନ୍ଦ୍ର ମାଝୀଙ୍କ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ଶ୍ରମିକମାନଙ୍କୁ ଭେଟି ତାଙ୍କର ସବିଶେଷ ତଥ୍ୟ ସଂଗ୍ରହ କରି ଆଲୋଚନା କରିଥିଲେ । ଶନିବାର ସନ୍ଧ୍ୟା ଠାରୁ ଶ୍ରମିକଙ୍କୁ ଦୁଇ ଓଳି ରନ୍ଧାଖାଦ୍ୟ ଯୋଗାଇ ଦେବାସହ ବାହାରକୁ ନଯିବାକୁ ପରାମର୍ଶ ଦେଇଥିଲେ । ଲକ୍ ଡାଉନ ନଖୋଲିବା ପର୍ଯ୍ୟନ୍ତ ଏଠି ସତର୍କତା ଅବଲମ୍ବନ କରି ରହିବାକୁ ଏନଏସି ଇଓ ଶ୍ରୀ ମାଝୀ ଅନୁରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking