31.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଖୁବ୍ ଶୀଘ୍ର ନୂତନ ବ୍ୟବହାରକାରୀଙ୍କଠାରୁ ଟଙ୍କା ନେବ ‘ଏକ୍ସ’

ଖୁବ୍ ଶୀଘ୍ର ନୂତନ ବ୍ୟବହାରକାରୀଙ୍କଠାରୁ ଟଙ୍କା ନେବ ‘ଏକ୍ସ’

ନୂଆଦିଲ୍ଲୀ: ମାଗଣା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଭାବେ ଜଣା ଯାଉଥିବା ଟ୍ବିଟର (ଏକ୍ସ) ଆଉ ମାଗଣା ହୋଇ ରହିବ ନାହିଁ। ଖୁବ୍ ଶୀଘ୍ର ନୂତନ ବ୍ୟବହାରକାରୀଙ୍କଠାରୁ ଟଙ୍କା ଚାର୍ଜ କରିବା ଆରମ୍ଭ କରିବ ଏକ୍ସ। ଏହାର ମାଲିକ ଏଲୋନ୍ ମସ୍କଙ୍କ ଅନୁଯାୟୀ, ଏକ୍ସରେ ଯୋଗ ଦେଉଥିବା ନୂତନ ଉପଭୋକ୍ତାଙ୍କୁ ଟ୍ୱିଟ୍, ରିଟ୍ବିଟ୍‌, ଲାଇକ୍, କମେଣ୍ଟ ଓ ବୁକ୍‌ମାର୍କ କରିବା ପାଇଁ ଛୋଟ ପରିମାଣର ଏକ ଦେୟ ଦେବାକୁ ପଡ଼ିବ। ଆହୁରି ବି ଉଲ୍ଲେଖ କରାଯାଇଛି ଯେ ସୋସିଆଲ ନେଟୱାର୍କରେ ପ୍ରବେଶ କରିବା ପାଇଁ ନୂତନ ଉପଭୋକ୍ତାଙ୍କୁ ବାର୍ଷିକ ଦେୟ ଦେବାକୁ ପଡ଼ିବ। ଏହି ନୀତି ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଏବଂ ଫିଲିପାଇନ୍ସରେ ସକ୍ରିୟ ଥିଲା। ଏବେ ଏହାକୁ ଅନ୍ୟ ସମସ୍ତ ଦେଶରେ ଲାଗୁ କରାଯିବାର ଯୋଜନା ହେଉଛି। ଦୁର୍ନୀତି ହ୍ରାସ କରିବାରେ ଏହା ସହାୟ ହେବ ବୋଲି ବିଶ୍ବାସ କରାଯାଉଛି।
ଏକ ଟୁଇଟର ଜବାବରେ ମସ୍କ କହିଛନ୍ତି, “ଦୁର୍ଭାଗ୍ୟବଶତଃ ଏହା ଆହୁରି ମଧ୍ୟ ପ୍ରକାଶ କରେ ଯେ ସ୍ପାମ୍ ହ୍ରାସ କରିବାରେ ଏବଂ ଉପଭୋକ୍ତାମାନଙ୍କ ପାଇଁ ଅଭିଜ୍ଞତାକୁ ଉନ୍ନତ କରିବାରେ ସାହାଯ୍ୟ କରିବାକୁ ନୀତି ପ୍ରାରମ୍ଭରେ ପରୀକ୍ଷା କରାଯାଉଥିଲା ଜ୍ଝ ଏହି ଟୁଇଟର ଜବାବରେ ମସ୍କ କହିଛନ୍ତି, “ଦୁର୍ଭାଗ୍ୟବଶତ ନୂଆ ବ୍ୟବହାରକାରୀଙ୍କ ପାଇଁ ଏକ ସ୍ବଳ୍ପ ଦେୟ ଲାଗୁ ହେବାକୁ ଯାଉଛି।’’ ସେବା ବ୍ୟବହାର କରିବାକୁ ଦେୟ ଦେବାର ଏହି ନିୟମ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଏବଂ ଫିଲିପାଇନ୍ସରେ ରହିଛି। ଏହା ଖୁବ୍ ଶୀଘ୍ର ଅନ୍ୟ ଦେଶମାନଙ୍କରେ ହେବାକୁ ଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking