30.1 C
Bhubaneswar
Friday, April 26, 2024
Homeକରୋନାଉହାନରୁ ଉଠିଲା ୭୬ଦିନିଆ ଲକଡାଉନ୍

ଉହାନରୁ ଉଠିଲା ୭୬ଦିନିଆ ଲକଡାଉନ୍

ନୂଆଦିଲ୍ଲୀ : କରୋନା ଭାଇରସର କେନ୍ଦ୍ରସ୍ଥଳୀ କୁହାଯାଉଥିବା ହୁବେଇ ରାଜ୍ୟର ଉହାନରୁ ଗତକାଲି ମଧ୍ୟରାତ୍ରୀରୁ ଲକ୍‌ ଡାଉନ୍ ହଟିଛି। ଦୀର୍ଘ ୭୬ ଦିନ ପରେ ଚାଇନା ସରକାର ଲକ୍‌ ଡାଉନ୍ ହଟାଇଛନ୍ତି। ଏଣିକି ଉହାନବାସୀ ପୂର୍ବ ଭଳି ନିଜ ନିଜର କାମ କରିପାରିବେ। ଗତବର୍ଷ ଡିସେମ୍ୱର ମାସ ଶେଷ ବେଳକୁ ଏଠାରେ କରୋନା ଭାଇରସ ବ୍ୟାପିଥିଲା। ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଚାଇନା ସରକାର ଜାନୁଆରୀ ୨୩ରେ ଲକ୍‌ ଡାଉନ୍ ଘୋଷଣା କରିଥିଲେ। ଲକଡାଉନ୍ ଉଠିବା ପରେ ବୁଧବାର ସକାଳୁ ପ୍ରଥମ ଟ୍ରେନ୍ ଯାତ୍ରା ଆରମ୍ଭ କରିଛି । କେନ୍ଦ୍ରୀୟ ଚୀନର ଏହି ସହର ମଧ୍ୟକୁ ଓ ବାହାରକୁ ଯାତ୍ରା କରିବାକୁ ନାଗରିକମାନଙ୍କୁ ଅନୁମତି ମିଳିଛି ।  ନାଗରିକମାନେ ଊହାନ ମୁକ୍ତ ବୋଲି କହି ପତାକା ହଲାଇ ଥିଲେ । ଏହା ସହ ଚୀନର ଜାତୀୟ ସଙ୍ଗୀତ ମଧ୍ୟ ଗାନ କରାଯାଇଥିଲା । କିନ୍ତୁ, ଏହି ଜନତା ସୁସ୍ଥ ରହୁଛନ୍ତି କି, ପୁଣି ଥରେ ସଂକ୍ରମଣର ଶିକାର ହେଉଛନ୍ତି ତାହା ଅନୁଧ୍ୟାନ କରିବା ନିମନ୍ତେ ଡାଟାଟ୍ରାକିଙ୍ଗ୍ ସ୍ମାର୍ଟ ଫୋନ୍ ଏବଂ ସରକାରୀ ସର୍ଭିଲେନସ୍ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking