36.7 C
Bhubaneswar
Tuesday, April 16, 2024
Homeକରୋନାକରୋନା ନେଲା ବରିଷ୍ଠ ସାମ୍ବାଦିକଙ୍କ ଜୀବନ : ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

କରୋନା ନେଲା ବରିଷ୍ଠ ସାମ୍ବାଦିକଙ୍କ ଜୀବନ : ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି ବରିଷ୍ଠ ସାମ୍ୱାଦିକ । ତାଙ୍କ ନାମ ବ୍ରହ୍ମ କଞ୍ଜିବୋଟଲା । ସୋମବାର ନ୍ୟୁୟର୍କରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ଆମେରିକାରେ ରହି ଭାରତ ପାଇଁ ସାମ୍ୱାଦିକତା କରୁଥିଲେ। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି । ଭାରତ ଏବଂ ଆମେରିକାକୁ ନିକଟତର କରାଇବାରେ ବ୍ରହ୍ମଙ୍କର ଅବଦାନ ରହିଛି। ଏଥିପାଇଁ ସେ ମନେ ରହିବେ। ଏଥିସହ ପରିବାର ଲୋକଙ୍କୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି।
ସୂଚନା ଅନୁଯାୟୀ, ବ୍ରହ୍ମ କଞ୍ଜିବୋଟଲା ୟୁନାଇଟେଡ ନ୍ୟୁଜ୍ ଫର୍ ଇଣ୍ଡିଆ ଖବର ସରବରାହ ସଂସ୍ଥା ପାଇଁ ପୂର୍ବରୁ ସାମ୍ୱାଦିକତା କରୁଥିଲେ । ସେହିପରି ନ୍ୟୁୟର୍କରେ ରହୁଥିବା ଭାରତୀୟ ଆଇଟି ଇଞ୍ଜିନିୟର ରୋହନ ବଭଦେକର ଓ ତାଙ୍କ ପରିବାର କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ନ୍ୟୁୟର୍କର ଏକ ହସ୍ପିଟାଲରେ ଏବେ ଏହି ସମସ୍ତ ଚିକିତ୍ସାଧୀନ ରହିଛନ୍ତି। ସିଲିକନ ଭ୍ୟାଲିରେ ରହୁଥିବା ଅନ୍ୟଜଣେ ଭାରତୀୟ ସଫ୍ଟଓ୍ୱୟାର ଇଞ୍ଜିନିୟର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking