30.1 C
Bhubaneswar
Friday, April 26, 2024
Homeଖେଳଡବ୍‌ଲ୍ୟୁଟିସି ଫାଇନାଲ୍‌; ଟ୍ରେନିଂରେ ଯୋଗଦେଲେ କୋହଲି

ଡବ୍‌ଲ୍ୟୁଟିସି ଫାଇନାଲ୍‌; ଟ୍ରେନିଂରେ ଯୋଗଦେଲେ କୋହଲି

ଲଣ୍ଡନ: ଆସନ୍ତା ୭ରୁ ଦି ଓଭାଲ୍‌ଠାରେ ଆରମ୍ଭ ହେବାକୁ ଥିବା ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍ (ଡବ୍‌ଲ୍ୟୁଟିସି) ଫାଇନାଲ୍ ପାଇଁ ଭାରତୀୟ ଦଳର ପ୍ରଥମ ବ୍ୟାଚ୍ ଟ୍ରେନିଂ ଆରମ୍ଭ କରିସାରିଛି । ଅରୁଣ୍ଡେଲ୍ କାଷ୍ଟଲ୍ କ୍ରିକେଟ୍ କ୍ଲବ୍‌ଠାରେ ଖେଳାଳିମାନଙ୍କ ସହ ସୋମବାର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଟ୍ରେନିଂ ଆରମ୍ଭ କରିଛନ୍ତି । କୋହଲିଙ୍କ ବ୍ୟତୀତ ପେସର୍ ଉମେଶ ଯାଦବ ଓ ମହମ୍ମଦ ସିରାଜ୍ ନୂଆ ଟ୍ରେନିଂ କିଟ୍‌ରେ ପଡ଼ିଆରେ ଅଭ୍ୟାସ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ଆହୁରି ଅଫ୍‌ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ନେଟ୍ସରେ ବୋଲିଂ କରିଥିଲେ । ସୋମବାର ବିସିସିଆଇ ପକ୍ଷରୁ ଏହାର ଅଫିସିଆଲ୍ ଟ୍ୱିଟର୍ ପୃଷ୍ଠାରେ ୭ଟି ଫଟୋ ଅପଲୋଡ୍ କରାଯାଇଛି । ଏଥିରେ ଗୋଟିଏରେ କୋହଲି ତାଙ୍କର ଟ୍ରେନିଂ କିଟ୍ ଧରି ପଡ଼ିଆ ଭିତରକୁ ପ୍ରବେଶ କରୁଥିବା ବେଳେ ଅନ୍ୟ ଏକ ଫଟୋରେ ଇଂଲିଶ୍ କାଉଣ୍ଟି ମାଧ୍ୟମରେ ଡବ୍‌ଲ୍ୟୁଟିସି ଫାଇନାଲ୍ ପାଇଁ ପ୍ରସ୍ତୁତି କରିଥିବା ଚେତେଶ୍ୱର ପୂଜାରାଙ୍କୁ ମଧ୍ୟ ଦେଖାଯାଇଛି । ଆହୁରି କାନ୍ଧରେ ଆଘାତ ପାଇଥିବା ଜୟଦେବ ଉନାଦକତ୍ ମଧ୍ୟ ପଡ଼ିଆରେ ଏପଟ ସେପଟ ହେଉଥିବା ସମୟର ଫଟୋ ଅପଲୋଡ୍ କରାଯାଇଛି ।

ଉମେଶ, ସିରାଜଙ୍କ ସହ କୋହଲି ରନିଂ କରୁଥିବା ବେଳର ଫଟୋ ସହ ବ୍ୟାଟିଂ କୋଚ୍ ବିକ୍ରମ ରାଠୋଡ୍‌ଙ୍କ ସାଥୀରେ ପୂଜାରା ଆଲୋଚନା କରୁଥିବା ସମୟର ଫଟୋ ଅପଲୋଡ୍ ହୋଇଛି । ଅନ୍ୟ ଏକ ଫଟୋରେ ଉନାଦକତ୍‌ଙ୍କ ସହ ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡ ଓ ବୋଲିଂ କୋଚ୍ ପାରସ୍ ମାହାମ୍ବ୍ରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking