29.1 C
Bhubaneswar
Sunday, May 5, 2024
Homeକରୋନାବିଶ୍ୱରେ ୩୩ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ବିଶ୍ୱରେ ୩୩ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ : ବିଶ୍ୱରେ ମାରାତ୍ମକ ସାଜିଛି ଭାଇରସ୍ କରୋନା । ବର୍ତ୍ତମାନ ପର୍ଯ୍ୟନ୍ତ ୩୩ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା । ବିଶ୍ୱର ୧୯୯ଟି ଦେଶରେ ବ୍ୟାପିଛି କରୋନା । ଏଯାଏ ୭ ଲକ୍ଷ ୨୨ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧ ଲକ୍ଷ ୫୧ ହଜାର ଲୋକ ସୁସ୍ଥ ହୋଇ ଫେରିଛନ୍ତି । ଆମେରିକାରେ ମୃତ୍ୟୁର ତାଣ୍ଡବ ରଚୁଛି କରୋନା । ରବିବାର ଗୋଟିଏ ଦିନରେ ଆମେରିକାରେ ୧୮ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ସେହିପରି ୨୫୫ ଜଣଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଆମେରିକାରେ ବର୍ତ୍ତମାନ ସୁଦ୍ଧା ୨ହଜାର ରୁ ଅଧିକ ଜୀବନ ନେଲାଣି କରୋନା ଭାଇରସ୍ । ସେପଟେ ଇଟାଲୀ ଓ ସ୍ପେନ୍‌ର ସ୍ଥିତି ସାଂଘାତିକ । ଇଟାଲୀରେ ୧୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ସ୍ପେନ୍‌ରେ ୬ ହଜାରରୁ ଅଧିକ ମୃତ୍ୟୁ ମୁଖରେ ପଡି ସାରିଲେଣି । ଚୀନରେ ୯୨ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking