30.1 C
Bhubaneswar
Friday, April 26, 2024
Homeଓଡିଶାକରୋନା ପ୍ରଭାବ : ସମ୍ବଲପୁରରେ ମିଳୁନି ସାନିଟାଇଜର

କରୋନା ପ୍ରଭାବ : ସମ୍ବଲପୁରରେ ମିଳୁନି ସାନିଟାଇଜର

ସମ୍ବଲପୁର : ସାରା ବିଶ୍ୱରେ କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। କରୋନା ଭୂତାଣୁକୁ ରୋକିବା ପାଇଁ ବାରମ୍ବାର ହାତକୁ ସାବୁନ ଓ ସାନିଟାଇଜରରେ ଧୋଇବା ଓ ମାସ୍କ ଲଗାଇବା ପାଇଁ ଜନତାଙ୍କୁ ବାରମ୍ବାର ପରାମର୍ଶ ଦିଆଯାଉଛି । ଏଣୁ ଏବେ ବଜାରରେ ମାସ୍କ, ସାବୁନ ଓ ସାନିଟାଇଜରର ଚାହିଦା ବହୁ ଗୁଣରେ ବଢ଼ି ଯାଇଛି । ଯାହା ଫଳରେ ବଜାରରେ ବହୁ ଦିନରୁ ସାନିଟାଇଜର ଓ ମାସ୍କର ବ୍ୟାପକ ଅଭାବ ପରିଲକ୍ଷିତ ହେଉଛି । ସାନିଟାଇଜର ଓ ମାସ୍କର ଅଭାବକୁ ଧ୍ୟାନରେ ରଖି ଅସାଧୁ ବ୍ୟବସାୟୀ ମାନେ କଳାବଜାର ଆରମ୍ଭ କରିବାରୁ କେନ୍ଦ୍ର ସରକାର ଗେଜେଟ ନୋଟିଫିକେସ ଜାରି କରି ମାସ୍କ ଓ ସାନିଟାଇଜରର ଦାମକୁ ନିର୍ଦ୍ଧାରିତ କରିଛନ୍ତି। ଏହି ଦାମରୁ ଅଧିକ ଦାମରେ କେହି ବିକ୍ରି କଲେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସମ୍ବଲପୁର ଜିଲ୍ଲାରେ ସାନିଟାଇଜରର ଅଭାବ ପ୍ରଥମରୁ ହିଁ ଦେଖାଯାଉଛି। ଏହି ଅଭାବକୁ ପୁର୍ଣ୍ଣ କରିବା ପାଇଁ ପ୍ରଶାସନ ମଧ୍ୟ ସଫଳ ହୋଇ ପାରୁ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking