30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌: କ୍ୱାର୍ଟର୍‌ରେ ହାରିଲେ ବଜରଙ୍ଗ, ବ୍ରୋଞ୍ଜ୍ ପାଇଁ ଲଢ଼ିବେ ସାଗର

ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌: କ୍ୱାର୍ଟର୍‌ରେ ହାରିଲେ ବଜରଙ୍ଗ, ବ୍ରୋଞ୍ଜ୍ ପାଇଁ ଲଢ଼ିବେ ସାଗର

ବେଲଗ୍ରେଡ୍‌: ଏଠାରେ ଚାଲିଥିବା ରେସ୍‌ଲିଂ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌ରେ ଭାରତର ପ୍ରମୁଖ ପ୍ରତିଯୋଗୀ ବଜରଙ୍ଗ ପୁନିଆ କ୍ୱାର୍ଟର୍ ଫାଇନାଲ୍‌ରେ ପରାସ୍ତ ହୋଇଛି । ସେ ଶନିବାର ୬୫ କିଗ୍ରା ଓଜନ ବର୍ଗରେ ପରାଜୟ ବରଣ କରିବା ଫଳରେ ସ୍ୱର୍ଣ୍ଣପଦକ ଦୌଡ଼ରୁ ବାଦ୍ ପଡ଼ିଛନ୍ତି । ତେବେ ଗତ ରାଜ୍ୟୃଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ଅନ୍ୟତମ ଭାରତୀୟ ପ୍ରତିଯୋଗୀ ସାଗର ଜଗଲାନ୍ ୭୪ କିଗ୍ରା ଓଜନ ବର୍ଗରେ ବ୍ରୋଞ୍ଜ୍ ପଦକ ପାଇଁ ଲଢ଼େଇ କରିବେ । ଦୁଇ ଥରର ରାଜ୍ୟଗୋଷ୍ଠୀ ଚାମ୍ପିଅନ୍ ବଜରଙ୍ଗ କ୍ୱାର୍ଟର୍ ମୁକାବିଲାରେ ୨୩ ବର୍ଷୀୟ ଆମେରିକୀୟ ପ୍ରତିଯୋଗୀ ୟିଆନି ଡିଆକୋମିହାଲିସ୍‌ଙ୍କଠାରୁ ୦-୧୦ରେ ପରାସ୍ତ ହୋଇଛନ୍ତି । ଏବେ ଡିଆକୋମିହାଲିସ୍ ଫାଇନାଲ୍‌ରେ ପହଞ୍ଚିଲେ ହିଁ ୨୮ ବର୍ଷୀୟ ବଜରଙ୍ଗଙ୍କ ପାଖରେ ବ୍ରୋଞ୍ଜ୍ ପଦକ ପାଇଁ ସୁଯୋଗ ରହିବ । ପୂର୍ବରୁ ବଜରଙ୍ଗ ପ୍ରିକ୍ୱାର୍ଟର୍ ମୁକାବିଲାରେ କ୍ୟୁବାର ଆଲେଜାଣ୍ଡ୍ରୋ ଏନ୍‌ରିକ୍ ଭାଲଡେସ୍ ଟୋବିଏର୍‌ଙ୍କୁ ୫-୪ରେ ପରାସ୍ତ କରିଥିଲେ । ଅନ୍ୟପକ୍ଷରେ ୧୮ ବର୍ଷୀୟ ସାଗର କ୍ୱାର୍ଟର୍ ଫାଇନାଲ୍‌ରେ ମଙ୍ଗୋଲିଆର ସୁଲ୍‌ଡଖୁ ଓଲୋନ୍‌ବାୟର୍‌ଙ୍କୁ ୭-୩ରେ ପରାସ୍ତ କରିଛନ୍ତି । ଅଣ୍ଡର୍‌-୨୦ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌ରେ ବ୍ରୋଞ୍ଜ୍ ପଦକ ଜିତିସାରିଥିବା ସାଗର ବ୍ରୋଞ୍ଜ୍ ପଦକ ପାଇଁ ଇରାନ୍‌ର ୟୋନେସ୍ ଅଲୀଆକବରଙ୍କ ସହ ଲଢ଼ିବେ । ସେହିପରି ୯୭ କିଗ୍ରା ଓଜନ ବର୍ଗରେ ଭାରତୀୟ ପ୍ରତିଯୋଗୀ ଭିକି କ୍ୱାଲିଫିକେସନ୍ ରାଉଣ୍ଡ୍‌ରେ ସ୍ୱିଜରଲାଣ୍ଡ୍‌ର ସାମୁଏଲ୍ ସ୍କେରର୍‌ଙ୍କଠାରୁ ପରାସ୍ତ ହୋଇଛନ୍ତି । ତାଙ୍କ ସହ ୬୧ କିଗ୍ରା ଓଜନ ବର୍ଗରେ ପଙ୍କଜ ମଧ୍ୟ ପଦକ ରାଉଣ୍ଡ୍‌ରୁ ବାଦ୍ ପଡ଼ିଛନ୍ତି । ପଙ୍କଜଙ୍କୁ ପ୍ରଥମ ରାଉଣ୍ଡ୍‌ରେ କଜାଖ୍‌ସ୍ତାନ ପ୍ରତିଯୋଗୀ ଆସିଲ୍ ଆଇଟାକିନ୍ ପରାସ୍ତ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking