30.1 C
Bhubaneswar
Sunday, May 19, 2024
Homeଖେଳତୃତୀୟ ଅନ୍‌ଅଫିସିଆଲ୍ ଟେଷ୍ଟ୍‌: ପାଟିଦାରଙ୍କ ଶତକ: ନ୍ୟୁଜିଲାଣ୍ଡ୍‌-ଏ' ଆଗରେ ୪୧୬ ଟାର୍ଗେଟ୍

ତୃତୀୟ ଅନ୍‌ଅଫିସିଆଲ୍ ଟେଷ୍ଟ୍‌: ପାଟିଦାରଙ୍କ ଶତକ: ନ୍ୟୁଜିଲାଣ୍ଡ୍‌-ଏ’ ଆଗରେ ୪୧୬ ଟାର୍ଗେଟ୍

ବେଙ୍ଗାଲୁର: ଚଳିତ ତୃତୀୟ ଅନ୍‌ଅଫିସିଆଲ୍ ଟେଷ୍ଟ୍‌ରେ ଘରୋଇ ଇଣ୍ଡିଆ-ଏ’ ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍‌-ଏ’କୁ ୪୧୬ ରନ୍‌ର ଟାର୍ଗେଟ୍ ଦେଇଛି । ଶନିବାର ଇଣ୍ଡିଆ-ଏ’ ତା’ର ଦ୍ୱିତୀୟ ଇନିଂସରେ ୭ ୱିକେଟ୍ ବିନିମୟରେ ୩୫୯ ରନ୍ କରିଥିବା ସମୟରେ ଇନିଂସ ଘୋଷଣା କରିଥିଲା । ରଜତ ପାଟିଦାରଙ୍କ ଅପରାଜିତ ୧୦୯ ରନ୍‌ର ବଳିଷ୍ଠ ଇନିଂସ ସହାୟତାରେ ନ୍ୟୁଜିଲାଣ୍ଡ୍‌-ଏ’କୁ ଇଣ୍ଡିଆ-ଏ’ ଏକ ବଡ଼ ଟାର୍ଗେଟ୍ ଦେଇପାରିଛି । ପାଟିଦାରଙ୍କ ଅପରାଜିତ ଇନିଂସରେ ୧୩ଟି ଚୌକା ଓ ୨ଟି ଛକା ସାମିଲ୍ ଥିଲା । ଦଳ ପକ୍ଷରୁ ଋତୁରାଜ ଗାଏକ୍ୱାଡ୍ ୯୪ ରନ୍‌ରେ ଆଉଟ୍ ହେବା ଫଳରେ କ୍ରମାଗତ ଶତକରୁ ବଞ୍ଚିତ ହୋଇଥିଲେ । ଆହୁରି ସର୍ଫରାଜ ଖାନ୍ ୭ଟି ଚୌକା ଓ ୨ଟି ଛକା ମାଧ୍ୟମରେ ୬୩ ରନ୍ କରିଥିଲେ । ୪୧୬ ରନ୍‌ର ଲକ୍ଷ୍ୟର ପିଛା କରି ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ୍‌-ଏ’ ଗୋଟିଏ ୱିକଟେ୍ ହରାଇ ୨୦ ରନ୍ କରିଛି । ଓପନର ରଚିନ୍ ରବୀନ୍ଦ୍ର ୧୨ ରନ୍ କରି ଆଉଟ୍ ହୋଇଥିବା ବେଳେ ଅନ୍ୟତମ ଓପନର ଜୋ କାର୍ଟର୍ ୬ ଓ ଜୋ ୱାକର୍ ଶୂନରେ ଅପରାଜିତ ଅଛନ୍ତି । ଇଣ୍ଡିଆ-ଏ’ ପକ୍ଷରୁ ଏକମାତ୍ର ୱିକେଟ୍‌ଟି ସୌରଭ କୁମାର ନେଇଛନ୍ତି । ପୂର୍ବରୁ ଇଣ୍ଡିଆ-ଏ’ର ଦ୍ୱିତୀୟ ଇନିଂସରେ ନ୍ୟୁଜିଲାଣ୍ଡ୍‌-ଏ’ ପକ୍ଷରୁ ରଚିନ୍ ୩ଟି ଓ ୱାକର୍ ୨ଟି ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking