39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶୱାର୍କ ଫ୍ରମ ହୋମ କରୁଥିବା କର୍ମଚାରୀଙ୍କୁ ଗୁଗୁଲ ଦେଲା ଝଟକା

ୱାର୍କ ଫ୍ରମ ହୋମ କରୁଥିବା କର୍ମଚାରୀଙ୍କୁ ଗୁଗୁଲ ଦେଲା ଝଟକା

ନୂଆଦିଲ୍ଲୀ: କରୋନା ମହାମାରୀ ଓ ଏଥିପାଇଁ ଜାରି ରହିଥିବା ଲକଡାଉନ ପାଇଁ ଅଧିକାଂଶ ଲୋକେ ୱାର୍କ ଫ୍ରମ ହୋମ କରୁଛନ୍ତି । ତେବେ ଯଦି ଆସନ୍ତା ସମୟରେ ଲୋକେ ସ୍ଥାୟୀ ଭାବରେ ୱାର୍କ ଫ୍ରମ ହୋମ ମୋଡରେ କାମ କରିବାର ବିକଳ୍ପ ବାଛନ୍ତି, ତେବେ ତାଙ୍କର ଦରମା କରିପାରେ । ଦୁନିଆର ସବୁଠୁ ବଡ କମ୍ପାନୀ ଗୁଗୁଲ ଅନୁସାରେ, ଏମିତି କିଛି କର୍ମଚାରୀ ଯିଏ, ଭବିଷ୍ୟତରେ ୱାର୍କ ଫ୍ରମ ହୋମ ଅପ୍ସନ ବାଛନ୍ତି, ତେବେ ତାଙ୍କ ଦରମା କଟିବା ନେଇ ନିଷ୍ପତ୍ତି ହୋଇପାରେ ।
ଗୁଗୁଲ ତାର ଏମିତି କିଛି କର୍ମଚାରୀ, ଯିଏ ସ୍ଥାୟୀ ଭାବରେ ୱାର୍କ ଫ୍ରମ ହୋମ କରୁଛନ୍ତି, ଦରମାରୁ ୧୦ ପ୍ରତିଶତ କାଟିବା ପାଇଁ ଯୋଜନା କରୁଛି । ଆମେରିକା ସ୍ଥିତ ସିଲିକନ ଭାଲିରେ ୱାର୍କ ଫ୍ରମ ହୋମ ଓ ଏଥିରେ କାମ କରୁଥିବା କର୍ମଚାରୀଙ୍କୁ ନେଇ ଅନେକ ପ୍ରୟୋଗ କରାଯାଉଛି । ତେବେ ସିଲିକନ ଭାଲିକୁ ସାରା ଦୁନିଆରେ ବଡ କମ୍ପାନୀ ପାଇଁ ଟ୍ରେଣ୍ଡ ସେଟ କରିବା ପାଇଁ ଜଣାଯାଏ ।
କହିରଖୁଛୁ, ଏହାପୂର୍ବରୁ ଫେସବୁକ, ଟ୍ୱିଟର ସହିତ ରେଡିଟ ଓ ଜିଲୋ ଭଳି କମ୍ପାନୀ ନିଜ କର୍ମଚାରୀଙ୍କ ଦରମା କାଟିଛନ୍ତି । ଏ ସମସ୍ତ କମ୍ପାନୀ ଲୋକେସନ ହିସାବରେ ବେତନ ସ୍ଥିର କରୁଥିବା ମଡେଲ ଆପଣାନ୍ତି । ଯେଉଁମାନେ ବିକଶିତ ସହରରେ ୱାର୍କ ଫ୍ରମ ହୋମ କରନ୍ତି ତାଙ୍କ ଦରମାରେ କମ କଟେ । ଯେତେବେଳେ କି ଯିଏ ଚୋଟ ସହରରେ କାମ କରନ୍ତି ସେମାନଙ୍କର ଅଧିକ ଦରମା କଟେ । ଗୁଗୁଲ ଜୁନରେ ୱାର୍କ ଲୋକେସନ ଟୁଲ ଲଂଚ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking