32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଇଓଏସ-୦୩ କୃତ୍ରିମ ଉପଗ୍ରହ ମହାକାଶକୁ ଉତକ୍ଷେପଣ ପାଇଁ ଅବଗଣନା ଆରମ୍ଭ

ଇଓଏସ-୦୩ କୃତ୍ରିମ ଉପଗ୍ରହ ମହାକାଶକୁ ଉତକ୍ଷେପଣ ପାଇଁ ଅବଗଣନା ଆରମ୍ଭ

ନୂଆଦିଲ୍ଲୀ: ଭାରତର ଜିଓସିଙ୍କ୍ରୋନସ ସାଟେଲାଇଟ ଉତକ୍ଷେପଣ ଯାନ ଏଫ୧୦ ସହାୟତାରେ ଇଓଏସ-୦୩ କୃତ୍ରିମ ଉପଗ୍ରହ ମହାକାଶକୁ ପ୍ରେରଣ କରିବା ପାଇଁ ଅବଗଣନା ଆରମ୍ଭ ହୋଇଛି । ବୁଧବାର ସକାଳୁ ଏହି ଅବଗଣନା ଆରମ୍ଭ ହୋଇଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପକ୍ଷରୁ କୁହାଯାଇଛି । ଇସ୍ରୋ ପକ୍ଷରୁ ଟ୍ୱିଟ୍‍ କରି କୁହାଯାଇଛି ଯେ ଜିଏସଏଲଜି-ଏଫ୧୦/ଇଓଏସ-୦୩ ଅଭିଯାନ ପାଇଁ ଅବଗଣନା ବୁଧବାର ପ୍ରତ୍ୟୁଷ ୩.୪୩ରୁ ଆରମ୍ଭ ହୋଇଛି । ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ର (ଏସଡିଏସସି) ଏସଏଚଏଆର କେନ୍ଦ୍ରରୁ ଏହାକୁ ଉତକ୍ଷେପଣ କରାଯିବ ।

ଜିଓସିଙ୍କ୍ରୋନସ ଉପଗ୍ରହ ଉତକ୍ଷେପଣ ଯାନ ଏଫ୧୦ (ଜିଏସଏଲଭି-ଏଫ୧୦) ଭୂପୃଷ୍ଠ ପର୍ଯ୍ୟବେକ୍ଷଣ କୃତ୍ରିମ ଉପଗ୍ରହ ଇଓଏସ-୦୩କୁ ମହାକାଶକୁ ପଠାଇବ। ପାଗ ଭଲ ରହିଲେ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ର (ଏସଡିଏସସି) ଏଚଏଚଏଆରର ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ଏହାକୁ ଗୁରୁବାର ଭୋର ୫.୪୩ରେ ମହାକାଶକୁ ପଠାଯିବ । ଇଓଏସ-୦୩ ଏକ ଅତ୍ୟାଧୁନିକ ଭୂପୃଷ୍ଠ ପର୍ଯ୍ୟବେକ୍ଷଣକାରୀ କୃତ୍ରିମ ଉପଗ୍ରହ ଏବଂ ଏହାକୁ ଜିଏସଏଲଭି-୧୦ ଦ୍ୱାରା ଜିଓସିଙ୍କ୍ରୋନସ ଟ୍ରାନ୍ସଫର କକ୍ଷ ପଥରେ ଅବସ୍ଥାପିତ କରାଯିବ । ପରବର୍ତ୍ତୀ ସମୟରେ ଏହି କୃତ୍ରିମ ଉପଗ୍ରହ ଏହା ଦେହରେ ଖଞ୍ଜାଯାଇଥିବା ପ୍ରପଲସନ ବ୍ୟବସ୍ଥାକୁ ଉପଯୋଗ କରି ଚୂଡାନ୍ତ ଭୂସ୍ଥିର କକ୍ଷ ପଥରେ ପହଞ୍ଚିବ। ଏହି କୃତ୍ରିମ ଉପଗ୍ରହର ବ୍ୟାସ ୪ ମିଟର ଏବଂ ଏହା ଜିଏସଏଲଭିର ଚତୁର୍ଦ୍ଦଶ ଉଡାଣ ବୋଲି ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking