40.1 C
Bhubaneswar
Thursday, April 25, 2024
Homeଅପରାଧପାଞ୍ଚ ବର୍ଷର ଶିଶୁକୁ ବଳି, ତାନ୍ତ୍ରିକ ଗିରଫ

ପାଞ୍ଚ ବର୍ଷର ଶିଶୁକୁ ବଳି, ତାନ୍ତ୍ରିକ ଗିରଫ

ନୂଆଦିଲ୍ଲୀ : ଆସାମ ଚରାଇଦେବ ଜିଲ୍ଲାରେ ୫ ବର୍ଷ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ଶିଶୁକୁ ବଳି ଦିଆଯାଇଥିବା ସନ୍ଦେହ କରାଯାଉଛି। ମାମଲାରେ ଜଣେ ତାନ୍ତ୍ରିକକୁ ଗିରଫ କରାଯାଇଛି ।  ବୁଧବାର ଦିନ ପୋଲିସ ଏନେଇ ସୂଚନା ଦେଇଛି। ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଶିଶୁର ୫ ଭାଇ ଭଉଣୀ । ସେ ସମସ୍ତଙ୍କ ମଧ୍ୟରେ ସାନ। କିଛି ଅଜଣା ବ୍ୟକ୍ତି ସୋମବାର ରାତିରେ ଏକ ଚା’ ବଗିଚାରୁ ଶିଶୁକୁ ଘରୁ ଅପହରଣ କରିନେଇଥିଲେ। ଶିଶୁ ସେତେବେଳେ ଶୋଇଥିଲା। ମଙ୍ଗଳବାର ଦିନ ବଡ ଭଉଣୀ ସ୍ଥାନୀୟ ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଅଧିକାରୀ କହିଛନ୍ତି ଯେ, ଶିଶୁର ଶବ ମଙ୍ଗଳବାର ରାତି ସିଙ୍ଗଲୁ ନଦୀରୁ ଉଦ୍ଧାର ହୋଇଛି। ନଦୀ କୁଳରୁ ଭସ୍ମ ଓ ତାନ୍ତ୍ରିକ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଅନ୍ୟ ସାମଗ୍ରୀ ସହ ନାଲି କପଡା ଜବତ ହୋଇଥିଲା।

ଏସବୁକୁ ଦୃଷ୍ଟିରେ ରଖି ଶିଶୁକୁ ବଳି ଦିଆଯାଇଥିବା ସନ୍ଦେହ କରାଯାଉଛି। ଶବ ବ୍ୟବଛେଦ ପାଇଁ ପଠାଯାଇଛି। ମାମଲାରେ ଜଣେ ସାଧକକୁ ଗିରଫ କରାଯାଇଛି ଏବଂ ମୁଖ୍ୟ ତାନ୍ତ୍ରିକକୁ ଧରିବାକୁ ଉଦ୍ୟମ ଜାରି ରହିଛି। ଅଧିକାରୀ କହିଛନ୍ତି ଯେ ଶିଶୁର ପିତାମାତାଙ୍କୁ ପଚରାଉଚୁରା କରାଯାଉଛି। ଶିଶୁର ପିତା ସମେତ ୧୦ ଜଣଙ୍କୁ ପଚରାଉଚୁରା ପାଇଁ ହାଜତକୁ ନିଆଯାଇଛି। ମାମଲାରେ ତଦନ୍ତ ଜାରି ରହିଛି। ସେ କହିଛନ୍ତି ଯେ ଏହା ପୂର୍ବରୁ ମଧ୍ୟ ଆଦିବାସୀ ବହୁଳ ଚା’ ବଗିଚାରେ ବଳି ମାମଲା ସାମ୍ନାକୁ ଆସିଛି। ୨୦୧୬ରେ ଆଉ ଏକ ଚା’ ବଗିଚାରେ ୪ ବର୍ଷର ଶିଶୁ ନିଖୋଜ ହୋଇଯାଇଥିଲା ଏବଂ କିଛି ଦିନ ପରେ ଶିଶୁର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking