29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ, ଗୁଡ଼ାଇ ହୋଇ ରହିଥିଲେ ୧୨୫ ସାପ

ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ, ଗୁଡ଼ାଇ ହୋଇ ରହିଥିଲେ ୧୨୫ ସାପ

ନୂଆଦିଲ୍ଲୀ : ବେଳେ ବେଳେ ଏମିତି ଘଟଣା ଦେଖିବାକୁ ମିଳେ ଯାହାକୁ ଶୁଣିଲେ ଭୟରେ ଲୋମ ଟାଙ୍କୁରି ଉଠେ । ଏମିତି ଏକ ଘଟଣା ଦେଖା ଦେଇଛି ଆମେରିକାର ମେରିଲ୍ୟାଣ୍ଡରେ । ଏଠାରେ ଜଣେ ମହିଳାଙ୍କ ଘରକୁ ୧୦୦ ରୁ ଅଧିକ ସାପ ଘେରି ଯାଇଥିଲେ । ଘଟଣାଟି ଥିଲା ଗତ ଜାନୁଆରୀ ୧୯ ତାରିଖର । ୪୯ ବର୍ଷ ବୟସ୍କ ଉକ୍ତ ମହିଳା ତାଙ୍କ ସୋଫା ଉପରେ ମୃତ ପଡ଼ିଥିଲେ । ପାଖ ପଡୋଶୀ ଏ ସମ୍ପର୍କରେ ପୋଲିସକୁ ଖବର ଦେବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଲା । ପଡୋଶୀମାନେ ଉକ୍ତ ମହିଳାଙ୍କୁ ଦୁଇ ଦିନ ଧରି ବାହାରେ ନଦେଖିବାରୁ କିଛି ଅଘଟଣ ଆଶଙ୍କା କରି ପୋଲିସକୁ ଖବର ଦେଇଥିଲେ । ଏମର୍ଜେନ୍ସି ମେଡିକାଲ ଟିମ ଓ ଫାୟାର ବ୍ରିଗେଡ ସହ ପୋଲିସ ଯେତେବେଳେ ମହିଳାଙ୍କ ଘର ନିକଟରେ ପହଞ୍ଚିଲେ ମହିଳା ଜଣକ ମୃତ ଅବସ୍ଥାରେ ତାଙ୍କ ସୋଫା ଉପରେ ପଡ଼ିଥିଲେ । ତାଙ୍କ ଘର ଓ ଘର ବାହାରେ ୧୦୦ ରୁ ଅଧିକ ସାପ ରହିଥିବାର ଦେଖାଯାଇଥିଲା । ମହିଳାଙ୍କ ଉପରେ ମଧ୍ୟ ସାପ ରହିଥିବାର ଦେଖାଯାଇଥିଲା । ପୋଲିସ ମହିଳାଙ୍କୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି । ସାପ ଧରିବା ପାଇଁ ଆନିମଲ କଣ୍ଟ୍ରୋଲ ଟିମ ନିୟୋଜିତ ଅଛନ୍ତି ବୋଲି ଆନିମଲ କଣ୍ଟ୍ରୋଲ ସଦସ୍ୟ ଚାର୍ଲସ କାଉଣ୍ଟି ପ୍ରକାଶ କରିଛନ୍ତି । ଆମେରିକାରେ ଗତ ୩୦ ବର୍ଷ ଭିତରେ ଏକ ସମୟରେ ଏତେ ଗୁଡିଏ ସାପ ଜଣଙ୍କ ଘରେ ଦେଖାଯାଇଥିବାର ନଜିର ନାହିଁ ବୋଲି ସେ କହିଛନ୍ତି । ଘଟଣାର ତଦନ୍ତ ଜାରି ରହିଛି । ପରେ ମୃତଦେହ ଓ ସାପକୁ ଉଦ୍ଧାର କରାଯିବା ପରେ ଘର ଭିତରୁ ୧୨୫ଟି ସାପ ବାହାରିଥିଲେ । ସାପ ଭିତରେ ୧୪ଫୁଟର ଅଜଗର ସାପ ମଧ୍ୟ ଥିଲା ବୋଲି କହିଛି ପୋଲିସ । ତେବେ ମହିଳାଙ୍କୁ ହତ୍ୟା କରାଯାଇଛି କି ସାପ କାମୁଡ଼ିବା ପରେ ମୃତ୍ୟୁ ହୋଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମନରେ ସାପକୁ ନେଇ ଛନକା ପଶିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking