28.1 C
Bhubaneswar
Saturday, April 27, 2024
Homeଓଡିଶାପୋଡ଼ିହୋଇ ମହିଳାଙ୍କ ମୃତ୍ୟୁ

ପୋଡ଼ିହୋଇ ମହିଳାଙ୍କ ମୃତ୍ୟୁ

ଟାଙ୍ଗୀ: ଟାଙ୍ଗୀ ଥାନା ଅନ୍ତର୍ଗତ ଜରିପଡ଼ା ପଞ୍ଚାୟତ କୁମ୍ଭାର ସାହିରେ ଜଣେ ମହିଳା ନିଆଁରେ ପୋଡ଼ିହୋଇ ପ୍ରାଣହରାଇଛନ୍ତି । ସେ ହେଲେ କୁମ୍ଭାରସାହିର ଗଗନ ବେହେରାଙ୍କ ପତ୍ନୀ ସସ୍ମିତା ବେହେରା । ଦେହରେ ଘିଅଢ଼ାଳି ହୋଇ ନିଆଁ ଲାଗିବା ଯୋଗୁଁ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଦାମୋଦୋରପୁର ଗ୍ରାମର ସ୍ୱର୍ଗତ ଗଙ୍ଗାଧର ରଣାଙ୍କ ସାନ ଝିଅ ସସ୍ମିତା ୩ବର୍ଷ ପୂର୍ବେ କୁମ୍ଭାରସାହି ଗ୍ରାମର ଉତ୍ତମ ବେହେରାଙ୍କ ସାନ ପୁଅ ଗଗନ ବେହେରାଙ୍କୁ ବିବାହ କରିଥିଲେ । ତେବେ ବିବାହର କିଛି ଦିନ ଗଲାପରେ ଯୌତୁକ ପାଇଁ ସସ୍ମିତାଙ୍କୁ ଶାଶୂଘର ଲୋକେ ନିର୍ଯାତନା ଦେଉଥିବା ସସ୍ମିତାଙ୍କ ବାପଘର ଲୋକେ ଅଭିଯୋଗ ଆଣିଛନ୍ତି ।

ଏଥିସହ ତାଙ୍କ ସ୍ୱାମୀଙ୍କର ଭାଭଜ ସହ ଅନୈତିକ ସମ୍ଫର୍କ ଥିବା ଓ ଏହାର ପ୍ରତିବାଦ କରିବା ଯୋଗୁଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସସ୍ମିତାଙ୍କ ଆଠ ମାସର ଶିଶୁପୁତ୍ର ଥିବା ବେଳେ ଆଜି ସକାଳୁ ପାଇଖାନା ଘର ଭିତରୁ ଅର୍ଦ୍ଧଦଗ୍ଦ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସସ୍ମିତାଙ୍କ ପରିବାର ଲୋକେ ଟାଙ୍ଗୀ ଥାନାରେ ପହଞ୍ଚି ତାଙ୍କ ଝିଅକୁ ଗଗନ ବେହେରା, ଭାଉଜ ସଂଯୁକ୍ତା ବେହେରା, ଦେଡ଼ଶୁର ଗଙ୍ଗା ବେହେରା ମିଶି ଜାଳିଦେଇଥିବା ଅଭିଯୋଗ କରିଛନ୍ତି । ଝିଅର ଦାଦା ରମେଶ ରଣାଙ୍କ ଅଭିଯୋଗ ପାଇ ଟାଙ୍ଗୀ ଥାନା ଅଧିକାରୀ ସୁଚିତ୍ରବୀର୍ଯ୍ୟ ଦାସ ଗଗନ ବେହେରାକୁ ଥାନାକୁ ଆଣି ତଦନ୍ତ ଚଳାଇଛନ୍ତି । ସାଇଣ୍ଟିଫିକ୍ ଟିମ୍ ଘଟଣାର ତନାଘନା କର ିଛନ୍ତି। ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ମେଡିକାଲ ପଠାଯାଇଛି । ରିପୋର୍ଟ ଆସିଲେ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking