29.4 C
Bhubaneswar
Thursday, April 18, 2024
Homeଓଡିଶାଅଭିଯୁକ୍ତ ଦମ୍ପତି ଗିରଫ: ରାଜଧାନୀରୁ ଅପହୃତ ଶିଶୁପୁତ୍ର ମୟୂରଭଞ୍ଜରୁ ଉଦ୍ଧାର

ଅଭିଯୁକ୍ତ ଦମ୍ପତି ଗିରଫ: ରାଜଧାନୀରୁ ଅପହୃତ ଶିଶୁପୁତ୍ର ମୟୂରଭଞ୍ଜରୁ ଉଦ୍ଧାର

ଭୁବନେଶ୍ୱର: ନୟାପଲ୍ଲୀ ସାଲିଆସାହିରୁ ଅପହରଣ କରାଯାଇଥିବା ୩ବର୍ଷର ଶିଶୁପୁତ୍ରକୁ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବହଳଦାରୁ କମିଶନରେଟ୍ ପୁଲିସ ଉଦ୍ଧାର କରିଛି । ରାଇରଙ୍ଗପୁର ପୁଲିସ ସହାୟତରେ ଅପହୃତ ଶିଶୁପୁତ୍ରକୁ ବୁଧବାର ଉଦ୍ଧାର କରିବାରେ ସଫଳ ହୋଇଛି । ଶିଶୁପୁତ୍ରକୁ ଅପହରଣ ଅଭିଯୋଗରେ ନୟାପଲ୍ଲୀ ଥାନା ପୁଲିସ ସମ୍ପୃକ୍ତ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦମ୍ପତି ହେଲେ ସାଲିଆସାହିରେ ରହୁଥିବା ମୟୁରଭଞ୍ଜର ଶୋଭାରାମ ନାଗ ଏବଂ ତାଙ୍କ ପତ୍ନୀ ପଦ୍ମାବତୀ ନାଗ । ଏମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲି ନୟାପଲ୍ଲୀ ଥାନାଧିକାରୀ ବିଶ୍ୱରଞ୍ଜନ ସାହୁ ସୂଚନା ଦେଇଛନ୍ତି ।

ସେପଟେ ଉଦ୍ଧାର ଶିଶୁପୁତ୍ରଙ୍କ ଡାକ୍ତରୀ ମାଇନା କରାଯିବ । ଏହାପରେ ତାଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି । ତେବେ ଅଭିଯୁକ୍ତ ଦମ୍ପତି ଶିଶୁପୁତ୍ରକୁ କାହିଁକି ଅପହରଣ କରିଥିଲେ, ସେନେଇ ସ୍ପଷ୍ଟ ହୋଇନଥିବାବେଳେ ବିକ୍ରି କରିବାକୁ ନେଇଥିବା ପୁଲିସ ସନ୍ଦେହ କରିଛି । ଅନ୍ୟପକ୍ଷେ ଅଭିଯୁକ୍ତ ଦମ୍ପତି ଗୁଣିଗାରେଡ଼ି ଜାଣିଛନ୍ତି । ତେଣୁ ଶିଶୁପୁତ୍ରକୁ ଗୁଣିଗାରେଡ଼ିରେ ବ୍ୟବହାର କରିବା ପାଇଁ ଅପହରଣ କରିନେଇଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ସୂଚନା ଅନୁଯାୟୀ, ସାଲିଆସାହିରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ନିଜର ୩ବର୍ଷର ଶିଶୁପୁତ୍ରକୁ ନେଇ ରୁହନ୍ତି । ତାଙ୍କ ସ୍ୱାମୀଙ୍କ ୧୫ ଦିନ ତଳେ ମୃତ୍ୟୁ ହୋଇଛି । ୩ଦିନ ପୂର୍ବେ ଶିଶୁପୁତ୍ର ଜଣଙ୍କ ଘର ନିକଟରେ ଖେଳୁଥିବାବେଳେ ଜଣେ ଅଭିଯୁକ୍ତ ଦମ୍ପତି ଅପହରଣ କରିନେଇଥିଲେ । ଏନେଇ ପାଖରେ ରହୁଥିବା ଶିଶୁପୁତ୍ରରୁ ମାଉସୀ ଗୌରି ସିଂ ଭଉଣୀର ପିଲାକୁ ଅପହରଣ କରି ନେଇ ବୋଲଗଡରେ ବିକ୍ରି କରାଯାଇଥିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରୁ ପୁଲିସ ଏକ ଅପହରଣ ମାମଲା ରୁଜୁ କରିଥିଲା । ପରେ ପୁଲିସ ସାଲିଆସାହି ସ୍ୱାଧୀନ ନଗରରେ ଲାଗିଥିବା ସିସିଟିଭି ଫୁଟେଜରୁ ଅଭିଯୁକ୍ତ ଦମ୍ପତି ଶିଶୁପୁତ୍ରକୁ ନେଇ ଯାଉଥିବା ଦେଖିବାକୁ ପାଇଥିଲେ । ଏହାପରେ ସେମାନଙ୍କ ମୋବାଇଲ ନମ୍ବରକୁ ଟ୍ରେସ୍ କରି ପୁଲିସ ମୟୁରଭଞ୍ଜରୁ ଧରିବାରେ ସଫଳ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking