30.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶବିଲୀନ ହୋଇଯିବ କି ଜୀବଜଗତ ? କମୁଛି ପୃଥିବୀର ଗତି, ବଢ଼ୁଛି ବୈଜ୍ଞାନିକଙ୍କ ଚିନ୍ତା

ବିଲୀନ ହୋଇଯିବ କି ଜୀବଜଗତ ? କମୁଛି ପୃଥିବୀର ଗତି, ବଢ଼ୁଛି ବୈଜ୍ଞାନିକଙ୍କ ଚିନ୍ତା

ନୂଆଦିଲ୍ଲୀ: ବିଲୀନ ହୋଇଯିବ କି ଜୀବଜଗତ ? କାହିଁକି କମୁଛି ପୃଥିବୀର ଗତି? କାହିଁକି ବଢୁଛି ପୃଥିବୀରେ ଦିନର ଅବଧି ? କ’ଣ ହୋଇପାରେ ଏହା ପଛର ରହସ୍ୟ ? ଏପରି ରହସ୍ୟ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବନି ତ ? ଏମିତି ଅନେକ ପ୍ରଶ୍ନର ଉତ୍ତର ଏବେ ମଧ୍ୟ ରହସ୍ୟ ଭିତରେ ରହିଛି । କାରଣ ହେଉଛି, ପୃଥିବୀର ଘୂର୍ଣ୍ଣନ ପ୍ରକ୍ରିୟାରେ ଅସନ୍ତୁଳିତ ପରିଲକ୍ଷିତ ହୋଇଛି ।

୨୦୨୦ରୁ ପୃଥିବୀର ଗତି କ୍ରମଶଃ କମିବାକୁ ଲାଗିଛି ଏବଂ ଦିନ ଲମ୍ବା ହେବାକୁ ଲାଗିଛି । ଯାହା ଏକ ଚିନ୍ତାର ବିଷୟ ପାଲଟିଛି । ବୈଜ୍ଞାନିକମାନେ ମଧ୍ୟ ଏହା ପଛର ରହସ୍ୟ ଖୋଜିବାରେ ଅସମର୍ଥ ହେଉଛନ୍ତି । ଗତ ଅର୍ଦ୍ଧ ଶତାବ୍ଧି ମଧ୍ୟରେ ଜୁନ ୨୦୨୨ କୁ ସବୁଠୁ ଛୋଟ ଦିନ ହିସାବରେ ଗଣନା କରାଯାଇଥିଲା । କିନ୍ତୁ ଏହାପରେ ଦିନ ରହସ୍ୟମୟ ଭାବରେ ବଢିବାକୁ ଲାଗିଛି । ଏଥିସହ ପୃଥିବୀର ଗତି ଧିର ହେବାରେ ଲାଗିଛି । ପୃଥିବୀ ୨୪ ଘଣ୍ଟାରେ ଲଗାଉଥିବା ଚକ୍କର ଏବେ ୨୪ ଘଣ୍ଟାରୁ ଅଧିକ ସମୟ ଲାଗୁଛି । ତେବେ ଏପରି ପରିବର୍ତ୍ତନ କୋଟି କୋଟି ବର୍ଷ ପରେ ଦେଖିବାକୁ ମିଳିଥାଏ । କିନ୍ତୁ ଏତେ ଶୀଘ୍ର ହେଉଥିବା ଏହି ପରିବର୍ତ୍ତନ ଏବେ ଚିନ୍ତାର ବିଷୟ ପାଲଟିଛି ।

ଏହା ପଛର କାରଣ ଭୂମିକମ୍ପ, ଝଡ ହେବା ନେଇ ଆଶଙ୍କା କରାଯାଉଥିବା ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି । ଭୂମିକମ୍ପ କମ ସମୟ ପାଇଁ ହେଲେ ମଧ୍ୟ ଏହା ପୃଥିବୀର ଗତିକୁ ପ୍ରଭାବିତ କରିଥାଏ । ଯେପରି ୨୦୧୧ ଜାପାନରେ ହୋଇଥିବା ଭୂମିକମ୍ପର ତୀବ୍ରତା ୮.୯ ଥିଲା, ଯାହା ପୃଥିବୀର ଗତି ୧.୮ ମିଲି ସେକେଣ୍ଡସ ବଢାଇ ଦେଇଥିଲା । ଏପରି କିଛି ପ୍ରାକୃତିକ ବି ର୍ଯ୍ୟୟ ପୃଥିବୀର ଗତିକୁ ପ୍ରଭାବିତ କରେ । ହେଲେ ଏପର୍ଯ୍ୟନ୍ତ ଏ ଘଟଣାର ପ୍ରକୃତ କାରଣ ଜଣାପଡିନାହିଁ । ତେବେ ପରିସ୍ଥିତି ଆଗକୁ ଭୟାବହ ହେବା ନେଇ ଆଶଙ୍କା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking