28.1 C
Bhubaneswar
Friday, May 3, 2024
Homeଅପରାଧଶଶ୍ମାନରୁ ସ୍ୱାମୀର ଶବ ଉଠାଇ ପୋଷ୍ଟମଟମ୍ ପାଇଁ ପଠାଇଲା ସ୍ତ୍ରୀ, ଜାଣନ୍ତୁ କାରଣ....

ଶଶ୍ମାନରୁ ସ୍ୱାମୀର ଶବ ଉଠାଇ ପୋଷ୍ଟମଟମ୍ ପାଇଁ ପଠାଇଲା ସ୍ତ୍ରୀ, ଜାଣନ୍ତୁ କାରଣ….

ଦେବରିୟା: ଜଣେ ଯୁବକଙ୍କ ମୃତ୍ୟୁ ସନ୍ଦିଗ୍ଧ ପରିସ୍ଥିତିରେ ହୋଇଯାଇଥିଲା । ଏହାପରେ ତାଙ୍କ ପରିବାର ଲୋକେ ଅନ୍ତିମ ସଂସ୍କାର ପାଇଁ ଶଶ୍ମାନକୁ ନେଇ ଯାଇଥିଲେ । ଏହାପରେ ବାପ ଘରେ ଥିବା ମୃତ ଯୁବକଙ୍କ ପତ୍ନୀ ହଠାତ୍ ଆସି ଶଶ୍ମାନରେ ପହଞ୍ଚି ଯାଇଥିଲେ ଓ ଶାଶୁଘର ଲୋକଙ୍କ ଉପରେ ଅଭିଯୋଗ ଆଣି ପୋଷ୍ଟମଟମ ପାଇଁ ଦାବି କରିଥିଲେ । ସୂଚନା ପାଇ ପୋଲିସ୍ ପହଞ୍ଚିଥିଲା ଓ ମୃତ ଦେହକୁ ଉଠାଇ ପୋଷ୍ଟମଟମ୍ ପାଇଁ ନେଇଥିଲା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଦେବରିୟାର ଭଟନୀ ଥାନା ଅଞ୍ଚଳରେ । ସୂଚନା ଅନୁଯାୟୀ, ଦେବରିୟାର ଭଟନୀ ଥାନା ଅଞ୍ଚଳରେ ଥିବା ଏକ ଗାଁର ଜଣେ ନିବାସୀ ଡିମ୍ପଲ ତିୱାରୀଙ୍କ କହିବାନୁସାରେ ସେ ଖାଇ ସାରିବା ପରେ ଶୋଇବାକୁ ଚାଲିଯାଇଥିଲେ । ଆଉ ସକାଳୁ ଉଠିବା ବେଳକୁ ତାଙ୍କର ଅତ୍ୟୁ ହୋଇଯାଇଥିଲା । ଯେତେ ଡାକିବା ପରେ ବି ଉଠିନଥିଲେ କି କୌଣସି ଜବାବ ଦେଇନଥିଲେ । ତେଣୁ ପରିବାର ଲୋକେ ଡିମ୍ପଲଙ୍କ ଶବସତ୍କାର ପାଇଁ ଶଶ୍ମାନକୁ ନେଇ ଯାଇଥିଲେ । ଶବ ସତ୍କାର ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଥିଲା । ହେଲେ ଏହା ଭିତରେ ଡିମ୍ପଲଙ୍କ ପତ୍ନୀ ସଙ୍ଗୀତା ଆସି ହଠାତ୍ ପହଞ୍ଚିଥିଲେ । ପହଞ୍ଚିବାପରେ ମୃତ ସ୍ୱାମୀଙ୍କର ପୋଷ୍ଟମଟମ ପାଇଁ ଦାବି କରିବାକୁ ଲାଗିଲେ । ଡିମ୍ପଲଙ୍କ ପତ୍ନୀ ସେଠାରେ ନିଜ ଭାଇଙ୍କ ସହିତ ପହଞ୍ଚିଥିଲେ । ସଙ୍ଗୀତାଙ୍କ ଭାଇ ସ୍ଥିତିକୁ ନଜରରେ ରଖି ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ସେମାନଙ୍କ ବିବାହ ତିନି ବର୍ଷ ତଳେ ହୋଇଥିଲା । ନିକଟରେ ସେ ନିଜ ବାପ ଘରକୁ ଯାଇଥିଲେ ଓ ଏହାରି ଭିତରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଶବକୁ ବର୍ତ୍ତମାନ ପୋଷ୍ଟମଟମ ପାଇଁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking