28.9 C
Bhubaneswar
Sunday, May 5, 2024
Homeଦେଶ ବିଦେଶଟ୍ରେନ୍‌ରେ ଡ୍ରେସ୍ ବଦାଇଳାବାର ସୁଯୋଗ ନେଇ ପତ୍ନୀ ପ୍ରେମିକ ସହ ଫେରାର, ତା’ପରେ କ’ଣ ହେଲା...

ଟ୍ରେନ୍‌ରେ ଡ୍ରେସ୍ ବଦାଇଳାବାର ସୁଯୋଗ ନେଇ ପତ୍ନୀ ପ୍ରେମିକ ସହ ଫେରାର, ତା’ପରେ କ’ଣ ହେଲା ପୁରା ଘଟଣା ପଢ଼ନ୍ତୁ….

ନୂଆଦିଲ୍ଳୀ: ଚଳନ୍ତା ଟ୍ରେନରେ ଟଏଲେଟକୁ ଡ୍ରେସ୍ ବଦଳାଇବାକୁ ଯାଇଥିବା ସମୟରେ ହଠାତ୍ କୁଆଡେ ଗାୟବ୍ ହୋଇଯାଇଥିଲା ସ୍ତ୍ରୀ । କିନ୍ତୁ ଦେଢ଼ ମାସ ପରେ ତାର ଠିକଣା ମିଳିଥିଲା । ତେବେ ସେ କୁଆଡେ ଗାୟବ୍ ହୋଇନଥିଲା ବରଂ ସେ ନିଜ ଇଚ୍ଛାରେ ନିଜ ପ୍ରେମିକ ସହିତ ଫେରାର୍ ହୋଇଯାଇଥିଲା । ଦେଢ଼ ମାସ ପରେ ନିଜ ପ୍ରେମିକ ଘରୁ ସ୍ତ୍ରୀ କୁ ଠାବ କରିଥିଲା ସ୍ୱାମୀ । ସୂଚନା ଅନୁଯାୟୀ, ମୋର୍ଯ୍ୟ ଏକ୍ସପ୍ରେସ୍‌ରେ ରାଞ୍ଚିରୁ ସ୍ୱାମୀ ସହିତ ନିଜ ଶ୍ୱଶୁର ଘରକୁ ଯାଉଥିବା ମହିଳା କୁଆଡେ ଗାୟବ ହୋଇଯାଇଥିବା ଖବର ସାମନାକୁ ଆସିଥିଲା । ନିଜ ପ୍ରେମିକ ସହିତ ମହିଳା ଜଣକ ଗୋରଖପୁର ଫେରାର୍ ହୋଇଯାଇଥିଲା । ଧନବାଦ୍ ପୋଲିସ୍ ଉକ୍ତ ମହିଳାଙ୍କୁ ଗୋରଖପୁରରୁ ଠାବ କରି ଘରଲୋକଙ୍କୁ ସୂଚନା ଦେଇଛି । ମହିଳାଙ୍କ ପରିବାର ଲୋକ ମୂଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଅନୁରୋଧ କରିବା ପରେ ରେଳବାଇ ପୋଲିସ୍ ତାଙ୍କୁ ଖୋଜି ବାହାର କରିଛି । ଜୁଲାଇ ୧୨ ତାରିଖ ରାତିରେ ମୋର୍ଯ୍ୟ ଏକ୍ସପ୍ରେସ୍ ର ଧନବାଦ୍ ଷ୍ଟେସନ୍ ପହଞ୍ଚିବା ପରେ ମହିଳା ଜଣକ ଡ୍ରେସ୍ ବଦଳାଇବାକୁ ଯିବ ବୋଲି ଟଏଲେଟ୍‌କୁ ଯାଇଥିଲେ ।

ଏହାପରେ ଆଉ ଫେରିନଥିଲେ । ତାଙ୍କ ସ୍ୱାମୀ ଖୁବ୍ ଖୋଜିବା ପରେ ବି ମିଳିନଥିଲେ । ଏହାପରେ ସ୍ତ୍ରୀକୁ କିଛି ଜଣ ଅଜ୍ଞାତ ଲୋକ ଉଠାଇ ନେଇଯାଇଥିବା ନେଇ ତାଙ୍କ ସ୍ୱାମୀ ଅଭିଯୋଗ କରିଥିଲେ । ତେବେ ପୋଲିସ ଖୋଜାଖୋଜି କରିବା ପରେ ଏବେ ତାଙ୍କର ଠିକଣା ମିଳିଯାଇଛି । ମହିଳା ଜଣକ ବିବାହ ପରେ ଫେସବୁକ୍ ଜରିଆରେ ଆଉ ଜଣଙ୍କ ସହିତ କଥା ବାର୍ତ୍ତା କରିବା ଆରମ୍ଭ କରିଥିଲେ । ଆଉ ସୁଯୋଗ ଦେଖି ପ୍ରେମିକ ସହିତ ଫେରାର୍ ହୋଇଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking