34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶପ୍ରେମିକା ରାଗିଯାଇ ପ୍ରେମିକ ଉପରେ ଫିଙ୍ଗିଲା ମୋବାଇଲ, ଶେଷରେ....

ପ୍ରେମିକା ରାଗିଯାଇ ପ୍ରେମିକ ଉପରେ ଫିଙ୍ଗିଲା ମୋବାଇଲ, ଶେଷରେ….

ନୂଆଦିଲ୍ଲୀ: ଜଣେ ୨୨ ବର୍ଷୀୟା ଯୁବତୀ ରୋକ୍ସାନା ଏଡେଲିନା ଲୋପେଜ୍ ରାଗରେ ଆସି ନିଜର ୨୩ ବର୍ଷିୟ ବୟଫ୍ରେଣ୍ଡ ଲୁଇସ୍ ଗ୍ୱାଣ୍ଟେଙ୍କ ଉପରେ ଫୋନକୁ ଫିଙ୍ଗି ଦେଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏଭଳି ଅଭାବନୀୟ ଘଟଣା ଆର୍ଜେଣ୍ଟିନିଆନ୍‌ର ଲାନେସିୟନରେ ଘଟିଛି । ସୂଚନା ଅନୁଯାୟୀ, ଆର୍ଜେଣ୍ଟିନିଆନ୍‌ର ଲାନେସିୟନ୍‌ରେ ରହୁଥିବା ରୋକ୍ସାନାଙ୍କ ବିରୋଧରେ ଏବେ ପୋଲିସ୍ ଯାଞ୍ଚ ଆରମ୍ଭ କରିଛି । ଚଳିତ ବର୍ଷ ଏପ୍ରିଲ ମାସରେ ବୟଫ୍ରେଣ୍ଡ ଲୁଇସ୍ ତାଙ୍କ ସହିତ ମାରପିଟ୍ କରୁଥିଲେ । ସେହି ସମୟରେ ନିଜକୁ ସୁରକ୍ଷା ଦେବାକୁ ଯାଇ ବୟଫ୍ରେଣ୍ଡଙ୍କ ଉପରେ ମୋବାଇଲକୁ ଫୋପାଡ଼ି ଦେଇଥିଲେ । ଆଉ ଫୋନ୍‌ଟି ଯାଇ ତାଙ୍କ ମୁଣ୍ଡରେ ବାଜିଥିଲା । ଫୋନ୍ ବାଜିବା ପରେ ଲୁଇସ୍‌ଙ୍କର ମୁଣ୍ଡ ଖୁବ୍ ଜୋରରେ ବିନ୍ଧା ହେଉଥିବା ଅଭିଯୋଗ କରିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ଡାକ୍ତର ମାନେ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ, ତାଙ୍କ ମୁଣ୍ଡରେ ଗଭୀର କ୍ଷତ ଲାଗିଛି । ଯେତେବେଳେ ତାଙ୍କର ଅପରେସନ୍ କରାଗଲା ତାଙ୍କର ମୃତ୍ୟୁ ହୋଇଗଲା । ଏହାପରେ ଲୁଇସ୍‌ଙ୍କ ମାଆ ପୋଲିସ୍ ପାଖରେ ଅଭିଯୋଗ କରିଥିଲେ । ଏହାପରେ ଓକିଲ କହିଥିଲେ ଯେ, ମୋବାଇଲ ଫୋନ ଫିଙ୍ଗିବା ଫଳରେ ମୁଣ୍ଡରେ ଖୁବ୍ ଜୋରରେ କ୍ଷତ ଆସିଥିଲା ଓ ତାଙ୍କର ମୃତ୍ୟୁ ହୋଇଗଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking