32.1 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗଜିଲ୍ଲା ଶ୍ରମ କାର୍ଯ୍ୟାଳୟ ନାମରେ ଅଣ ସଂଗଠିତ ଶ୍ରମିକ ପରଚୟ ପତ୍ରରେ ବ୍ୟାପକ ଜାଲିଆତି

ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ନାମରେ ଅଣ ସଂଗଠିତ ଶ୍ରମିକ ପରଚୟ ପତ୍ରରେ ବ୍ୟାପକ ଜାଲିଆତି

ଯାଜପୁର, (ଓଏନଏ) – ଯାଜପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ନାମରେ ଓଡିଶା ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ପରିଚୟ ପତ୍ର ରେ ବ୍ୟାପକ ଜାଲିଆତି ହେଉଛି ବୋଲି ଜିଲ୍ଲା ଅଣ ସଂଗଠିତ ଶ୍ରମିକ କଂଗ୍ରେସ ପକ୍ଷରୁ ଅଭିଯୋଗ ହେଉଛି । ଶ୍ରମ କାର୍ଯ୍ୟାଳୟ ନାମରେ ଜାଲିଆତି କାର୍ଡ ଛାପି ଜାଲ ସିଲ ଓ ଦସ୍ତଖତ ମାରି ନିରୀହ ଅଣ ସଂଗଠିତ ଶ୍ରମିକ ମାନଙ୍କ ଠାରୁ ଅର୍ଥ ଆଦାୟ ହେଉଛି । ଯାହା କିଛି ବାହାର ବ୍ୟକ୍ତି ଶ୍ରମ କାର୍ଯ୍ୟାଳୟ କର୍ମଚାରୀ କହି ଏଭଳି ଦଲାଲି ପକ୍ରିୟା ଚାଲୁ ରହିଛି ବୋଲି ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ଜିଲ୍ଲା ଅଧକ୍ଷ ଚନ୍ଦ୍ରକାନ୍ତ ଖଣ୍ଡାଇ, ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, ଜିଲ୍ଲା ଉପ ସଭାପତି ଜଗବନ୍ଧୁ ନାୟକ, ମହିଳା ଶ୍ରମିକ ସଂଗଠନ ର ଜେମାମଣୀ କୁଁଅର ପ୍ରମୁଖ ଘଟଣା ର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ।ଏଠାରେ ସୂଚନା ଯୋଗ୍ୟ ସାମାଜିକ ସୁରକ୍ଷା ଆଇନ 2008 ଅନୁଯାୟୀ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ମାନେ ନିଜ ନିଜର ନାମ ପଞ୍ଜିକୃତ କରାଇପାରିବେ ଯାହା କେବଳ ମୃତ୍ୟୁ କାଳୀନ ସହାୟତା ରାଶି ପାଇପାରିବେ ଓ ଏହାର ନବୀକରଣ ପକ୍ରିୟା ନ ଥିବାର ପ୍ରକାଶ କରାଯାଇଅଛି । ଶ୍ରମ କାର୍ଯ୍ୟାଳୟରେ କେତେକ ଅସାଧୁ କର୍ମଚାରୀ ପରିଚାଳନା ତ୍ରୁଟି ଯୋଗୁଁ କେତେକ ବାହାର ଲୋକ କାର୍ଯ୍ୟାଳୟ ଭିତରେ ପ୍ରବେଶ କରି ଏଭଳି ଜାଲିଆତି କାର୍ଯ୍ୟରେ ସମ୍ପୃକ୍ତ ହେବା ଓ ଏଥିରେ ବହୁ ସହାୟତା ରାଶି ମିଳିବ ବୋଲି ମିଥ୍ୟା ପ୍ରତିଶୃତି ଦେଇ ଅର୍ଥ ଲୁଟି ଜାଲ କାର୍ଡ ବଣ୍ଟନ କରୁଥିବା ର ହସ୍ତଗତ ହୋଇଛି । ନିର୍ମାଣ ଶ୍ରମିକ ସହାୟତା ରାଶି ମିଳିନଥିବା ହିତାଧିକାରୀ ମାନଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ କରିବା ଓ ଅଣ ସଂଗଠିତ ଶ୍ରମିକ ମାନଙ୍କ ପରିଚୟ ପତ୍ର ହିତାଧିକାରୀ ମାନେ ପ୍ରତ୍ୟକ୍ଷ କାର୍ଯ୍ୟାଳୟ କୁ ଆସି ନିଜ ନିଜର ପରିଚୟ ପତ୍ର ନେବାର ପକ୍ରିୟା କଢ଼ା କଢି ନ କଲେ ବହୁ ଶୀଘ୍ର ଅଖିଳ ଭାରତ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ଯାଜପୁର ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ଏକ ମିଳିତ ବିବୃତି ରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking